ପୌର ନିର୍ବାଚନ ଟିକେଟ ଘୋଷଣା ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଶାୟୀ ମହିଳା କର୍ମୀଙ୍କ ତୁମୁଳକାଣ୍ଡ

ଭବାନୀପାଟଣା: ପୌରନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ନ ମିଳିବାରୁ ମହିଳାମାନେ ଉଗ୍ରରୂପ ଧାରଣ କରିଛନ୍ତି। ବହୁ ସଂଖ୍ୟାରେ ଟିକେଟ ଆଶାୟୀ ମହିଳାମାନେ ଆଜି କଲହାଣ୍ଡି ଜିଲ୍ଲା ଭାବାନୀପାଟଣାସ୍ଥିତ ବିଜେପି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମହିଳାମାନେ ବିଜେପି ବିରୋଧୀ ଶ୍ଲୋଗାନ ଦେଇଛନ୍ତି। ସେମାନେ କାହାର କିଛି ଶୁଣିନାହାନ୍ତି। ନିମିଷକ ମଧ୍ୟରେ ବହୁ କ୍ଷୟକ୍ଷତି କରିଛନ୍ତି।

ସୂଚନା ଅନୁସାରେ ପୌର ନିର୍ବାଚନରେ ଟିକେଟ ପାଇବାକୁ ଆଶା ରଖିଥିବା କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ପୁରୁଣା ବିଜେପି କର୍ମୀଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା ନେଇ ଅଭିଯୋଗ ହୋଇଛି। ବହୁତ ମହିଳା କର୍ମୀ ଭବାନୀପାଟଣାସ୍ଥିତ ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଭଙ୍ଗାରୁଜା କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ସାଂସଦ ବସନ୍ତ ପଣ୍ଡାଙ୍କ ଟିକେଟ ବଣ୍ଟନରେ ଭୂମିକାକୁ ନେଇ ଏମାନେ ଅସନ୍ତୋଷ ପ୍ରକାଶ କରି ଭଙ୍ଗାରୁଜା କରିଥିଲେ।

 

ସମ୍ବନ୍ଧିତ ଖବର