ଭବାନୀପାଟଣା : ଓଡ଼ିଶାରେ ବିଦ୍ୟୁତ ଦର ୟୁନିଟ ପ୍ରତି ୨୦ ପଇସା ବୃଦ୍ଧି ହୋଇଥିବା ପ୍ରତିବାଦରେ ଆଜି କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ପୂର୍ବ ଯୁବ ସଭାପତି ସାଜିଦ ମହମ୍ମଦ, ତ୍ରିଲୋଚନ ପଣିଗ୍ରାହୀ, ଏଆଇସିସି ସଦସ୍ୟ ତରୁଣ ମାଝୀ, ପୂର୍ବ ଛାତ୍ର ସଭାପତି ସାହେବ ଖାନ, ପୂର୍ବ ଜିଲ୍ଲା କଂଗ୍ରେସ ଉପସଭାପତି ଜୟଦେବ ନାଏକ, ଛାତ୍ର ନେତା ସୁଶାନ୍ତ ପ୍ରାଧାନୀ, ରୋହିତ ଜୈନ, ଧର୍ମେନ୍ଦ୍ର ନାଏକ, ପ୍ରୀତମ ବେହେରା, ପୂର୍ବ କାଉନ୍ସିଲର ସରୋଜ ନାଏକ, ସୁକାନ୍ତ ବିଶି ପ୍ରମୁଖ ଉପସ୍ଥିତ ଥିଲେ।
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ
/sambad/media/post_attachments/wp-content/uploads/2020/09/IMG-20200928-WA0021.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)