ପଦ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଆଜିଠାରୁ ଜୋରଦାର ଆନ୍ଦୋଳନ କରାଯାଉଛି। ପଦ୍ମପୁର ନାଗରିକ କମିଟିର ଆହ୍ୱାନ କ୍ରମେ ବିଭିନ୍ନ ସଂଗଠନର ସମର୍ଥନରେ ୪୮ଘଣ୍ଟା ପଦ୍ମପୁର ବନ୍ଦ ଡାକରା ଦିଆଯାଇଥିଲା। ଜିଲ୍ଲା ଦାବିରେ ବନ୍ଦକୁ ସମର୍ଥନ ଜଣାଇ  ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ସ୍କୁଲ କଲେଜ କାର୍ଯ୍ୟାଳୟ ବନ୍ଦ ରହିଥିଲା। ପଦ୍ମପୁର ଉପଖଣ୍ତର ଝାରବନ୍ଧ,  ପାଇକମାଳ,  ରାଜବୋଡ଼ାସମ୍ବର,  ଗାଇସିଲେଟ,  ବିଜେପୁର, ସୋହେଲା ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ଦପ୍ତର, କର୍ମଚାରୀ ନିଯୁକ୍ତି, ପର୍ଯ୍ୟଟନର ବିକାଶ ଦାବି ନେଇ ଆଗକୁ ଆସୁଥିବା ଉପନିର୍ବାଚନ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନିଜ ହକ୍ ପାଇଁ ଦାବି କରିଛନ୍ତି।

Advertisment

ଜିଲ୍ଲା ଗଠନ ସମନ୍ବୟ କମିଟିର ଆବାହକ ଅଜିତ ଶତପଥୀ, ପ୍ରତାପ ମିଶ୍ର, ଗୌନ୍ତିଆ ସାହୁ, ରାଜୁ ଘିବେଲା, ସୁନିଲ ଅଗ୍ରୱାଲ, ଚମ୍ପକେଶ୍ବର ପୁରୋହିତ, ସମିଏଲ ହୁସେନ, ବିଜୟ ବହିଦାର, ରାମକୃଷ୍ଣ ଦାଶ, ସୂରଜ ଅଗ୍ରୱାଲ, ଟଙ୍କଧର କଣ୍ଟା, ମହେଶ ପଣ୍ତା, ଗୋପବନ୍ଧୁ ଶିକା, ରମେଶ ଗୁର୍ଲା, ଲାଲୁ ନାୟକ, ମନୀଷ ରଥ, ସୂରଜ ଭୋଇ, ଅମିତ ଘିବେଲା, ଯୋଗୀନ୍ଦ୍ର କଣ୍ଟା, ତୃପ୍ତିମୟ ତ୍ରିପାଠୀ, ମହୀପାଳ ସାହୁ, ରଜନୀ ସାହୁ, ହରି ସାହୁ, ନୀଳାଂଚଳ ଦରୱାନ, ଦିବ୍ୟକିଶୋର ପଣ୍ତା, ସୂରଜ ମୁନା, ଚୈତନ୍ୟ ସେଠ, ପିଣ୍ଟୁ ପାଢ଼ୀ, ରବୀନ୍ଦ୍ର ସାହୁ, ସନ୍ତୋଷ ତ୍ରିପାଠୀ, ସୁନିଲ ବେହେରା, ନବୀନ ନାଏକ, କାହ୍ନା କୁମ୍ଭାର, ଜୟକୃଷ୍ଣ ଡୁଙ୍ଗୁରିଙ୍କ ସମେତ ଅଟୋ ଚାଳକ ସଂଘ, ଟେକ୍ସି ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନରେ ସାମିଲ ଥିଲେ।

publive-image

ସୂଚନାଯୋଗ୍ୟ ଯେ, ଗତ ୧୯୯୩ରେ ଜିଲ୍ଲା ଗଠନ ସମୟରେ ଭୌଗୋଳିକ ସ୍ଥିତି ଓ ଅବସ୍ଥିତି ଯୋଗୁଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା। ପରେ ପଦ୍ମପୁରକୁ ବାଦ ଦେଇ ନୂଆପଡ଼ାକୁ ନୂତନ ଜିଲ୍ଲା ଘୋଷଣା କରାଯାଇଥିଲା। ଗତ ୨୦୧୯ରେ ମଧ୍ୟ ଏହି ଦାବି ଉପସ୍ଥାପନ କରାଯାଇଥିଲା। ଏକ ପ୍ରତିନିଧି ମଣ୍ତଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଅଦ୍ୟାବଧି କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିବାରୁ ଅଂଚଳରେ ବିକାଶ ବାଧାପ୍ରାପ୍ତ ହେବା ସହ ପୁନଶ୍ଚ ଆନ୍ଦୋଳନ କରିବାକୁ ବାଧ୍ୟ କରାଯାଇଛି।