ଜିଲ୍ଲାସ୍ତରୀୟ ଚିକିତ୍ସାଳୟରେ ଅବହେଳିତ ରୋଗୀସେବା ପ୍ରସଂଗ : ଡାକ୍ତର ନିଯୁକ୍ତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ

କଟକ : ରାଜ୍ୟର ବିଭିନ୍ନ ଜିଲ୍ଲାସ୍ତରୀୟ ସରକାରୀ ଚିକିତ୍ସାଳୟରେ ଅବ୍ୟବସ୍ଥା ଅଭିଯୋଗ ସଂପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ ଡାକ୍ତର ନିଯୁକ୍ତି ପ୍ରସଂଗରେ ସବିଶେଷ ତଥ୍ୟ ଦାଖଲ କରାଯାଇଛି। ଆବେଦନରେ ଦର୍ଶାଯାଇଥିବା ଅନ୍ୟ ପ୍ରସଂଗରେ ସରକାର ଜବାବ ରଖୁ ନାହାନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଜି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଆବେଦନରେ ଦର୍ଶାଯାଇଥିବା ସମସ୍ତ ପ୍ରସଂଗରେ ଜବାବ ରଖିବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୩ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟର ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟ ଗୁଡିକରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ପୂରଣ କରାଯାଉନାହିଁ। ଫଳରେ ରୋଗୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦର୍ଶାଇ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସରକାରୀ ଚିକିତ୍ସାଳୟ ପ୍ରତି ଧ୍ୟାନ ନଦେଇ ବେସରକାରୀ ଚିକିତ୍ସାଳୟକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ସରକାରୀ ଚିକିତ୍ସାଳୟ ଅବସ୍ଥା ସାଂଘାତିକ ଆଡ଼କୁ ଗତି କରୁଛି।

ସମ୍ବନ୍ଧିତ ଖବର