କଟକ : ବାର୍ରୁ ସିଧା ସଳଖ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ପାଇଛି। ଚାରି ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ସ୍ଥାନରେ ରୁଦ୍ର ପ୍ରସାଦ ମହାପାତ୍ର ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣିମା ଜେନା, ହିମାଂଶୁ ଶେଖର ମଲ୍ଲିକ ଓ ଇତିଶ୍ରୀ ମହାପାତ୍ର ପ୍ରକାଶିତ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଁ ପୂର୍ଣ୍ଣିମା ଜେନା, ହିମାଂଶୁ ଶେଖର ମଲ୍ଲିକ ଓ ଇତିଶ୍ରୀ ମହାପାତ୍ରଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ହାଇକୋର୍ଟରେ ବିଚାରାଧୀନ ମାମଲା ଡବ୍ଲୁପି(ସି) ନମ୍ବର ୨୧୩୬୪/୨୦୧୭ର ଫଳାଫଳ ଉପରେ ରୁଦ୍ର ପ୍ରସାଦ ମହାପାତ୍ରଙ୍କ ନିଯୁକ୍ତି ନିର୍ଭର କରିବ। ଯଦି ଶ୍ରୀ ମହାପାତ୍ର ମାମଲାରେ ସଫଳ ହୁଅନ୍ତି ତେବେ ସେ ର୍ୟାଙ୍କ ଆଧାରରେ ବରିଷ୍ଠତା ଓଏସ୍ଜେଏସ୍ ଆଣ୍ଡ୍ ଓଜେଏସ୍ ରୁଲ୍ସ, ୨୦୦୭ ଅନୁସାରେ ପାଇବେ ବୋଲି ହାଇକୋର୍ଟର ରେଜିଷ୍ଟ୍ରାର(ପ୍ରଶାସନ)ଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ୨୦୧୭, ଅକ୍ଟୋବର ୨୯ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଲିଖିତ ପରୀକ୍ଷାରେ ୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୨୦୧୮, ଫେବ୍ରୁଆରି ୩ରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ଜଜ୍ ନିଯୁକ୍ତି ପରୀକ୍ଷାଫଳ: ୪ କୃତକାର୍ଯ୍ୟ
/sambad/media/post_attachments/wp-content/uploads/2018/02/court-order-clip-art-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)