ରାୟଗଡ଼ା: ସ୍ଥାନୀୟ ଜିସିଡି ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ମେଳା ଓ ଯନ୍ତ୍ରପାତି ମେଳା ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ଯୋଗ ଦେଇଥିବା ବେଳେ ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ଦୟାନିଧି ବାଗ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଦୁଃଖିନି ନିନ୍ଦ୍ରୁକା, ବିଷମକଟକ ବ୍ଲକଅଧ୍ୟକ୍ଷା ଯୋଶଦା ହୁଇକା, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ବର ନାଇଡୁ, ସିଡିଏଓ ମନୋଜ କୁମାର ପ୍ରଧାନ, ସିଡିଭିଓ ହାଡିବନ୍ଧୁ ଭୋଇ, ଷ୍ଟେଟ କୋଅପରେଟିଭ ବ୍ୟାଙ୍କର ନିର୍ଦେଶକ ଜଗନ୍ନାଥ ନୁନ୍ଦ୍ରୁକା, ମିସନ ଶକ୍ତିର ଡିପିସି ହେମନ୍ତ ବାଗ, ଦୟାନିଧି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଗତ ୫ ଦିନ ଧରି ଏହି କାର୍ଯ୍ୟକ୍ରମରେ ଶତାଧିକ କୃଷକ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ହେଉଥିବା ଯୋଜନା ସଂପର୍କରେ ଅବଗତ ହୋଇଥିଲେ।କୃଷକମାନଙ୍କ ପାଇଁ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଛନ୍ତି। ଏପରିକି କୃଷି ଯନ୍ତ୍ରପାତିରେ ରିହାତି ମଧ୍ୟ ଦେଇଛନ୍ତି। ଚାଷୀ ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି କୁହାଯାଇଛି। ତେଣୁ କୃଷକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଏହି କାର୍ଯ୍ୟକ୍ରମରେ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ପକ୍ଷରୁ ୬ ଜଣ କୃଷକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୫ ଜଣ କୃଷକଙ୍କୁ, ପ୍ରାଣୀ ବିଭାଗ ପକ୍ଷରୁ ୫ ଜଣ କୃଷକଙ୍କୁ, ଜଳଛାୟା ପ୍ରକଳ୍ପ ପକ୍ଷରୂ ୫ ଜଣ କୃଷକଙ୍କୁ, ମତ୍ସ୍ୟ ବିଭାଗ ପକ୍ଷରୁ ୩ ଜଣ ଏବଂ ମିଶନ ଶକ୍ତିର ୨ ଜଣ ସ୍ବୟଂ ସରାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା।

publive-image

ସେହିପରି ୨୫ ଜଣ କୃଷକଙ୍କୁ ରିହାତି ଦରରେ ଟ୍ରାକ୍ଟର, ୧୦ ଜଣ କୃଷକଙ୍କୁ ପାଵାର ଟିଲର, ୬୬ ଜଣ କୃଷକଙ୍କୁ ପାୱାର ଵିଡର, ୫ ଜଣଙ୍କୁ ମିନି ରାଇସ ମିଲ, ୫୭ ଜଣଙ୍କୁ ରବର ରୋଲେର, ୨୨ ଜଣଙ୍କୁ ପୁଲଭେରଗିଅର, ୨୬ ଜଣଙ୍କୁ ପମ୍ପସେଟ, ଜଣକୁ ଅଗୁର, ଜଣକୁ ବ୍ରୁସ କଟର ଏବଂ ଜଣକୁ ରେପର ପ୍ରଦାନ କରାଯାଇଥିଲା।