ଅନୁଗୁଳ : ବିଭିନ୍ନ ବ୍ୟାଙ୍କଗୁଡ଼ିକର ଅନୁଗୁଳ ଜିଲ୍ଲାସ୍ତରୀୟ ତ୍ରୟମାସିକ ସମୀକ୍ଷା ଓ ପରାମର୍ଶଦାତା କମିଟି ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ମହେଶ୍ବର ଗୌଡ଼ଙ୍କ ଆବାହକତ୍ବରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପମହାପ୍ରବନ୍ଧକ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀ, ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ, ଅନୁଗୁଳ ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିାକରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ବ୍ୟାଙ୍କ ମ୍ୟାନେଜରମାନେ ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ ଅନୁଗୁଳ ଜିଲ୍ଲା ପାଇଁ ଅଗ୍ରାଧିକାର କ୍ଷେତ୍ରରେ ୨୯୦୧.୭୯ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରାଯାଇଛି। ଏହି ଆକଳନ ସର୍ବସମ୍ମତି କ୍ରମେ ବୈଠକରେ ସୁପାରିସ ପରେ ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା। ଏଥିସହ ବୈଠକରେ ଜିଲ୍ଲାର କୃଷି, ବ୍ୟବସାୟ, ଶିଳ୍ପ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗୃହ, ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଋଣ ଆବଣ୍ଟନ ଲାଗି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ଋଣ ଏବଂ ଜମା ଅନୁପାତ ୩୩ ଶତକଡ଼ା ଥିବାରୁ ଏହାକୁ ବୃଦ୍ଧି କରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସମସ୍ତ ବ୍ୟାଙ୍କ ମୁଖ୍ୟ ଏବଂ ବିଭାଗୀୟ ମୁଖ୍ୟମାନେ ପାରସ୍ପରିକ ସୁସମନ୍ବୟ ମଧ୍ୟରେ କାର୍ଯ୍ୟ କଲେ ଜିଲ୍ଲାର ସାମଗ୍ରିକ ଉନ୍ନତି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ମତବ୍ୟକ୍ତ କରିଥିଲେ। ଗ୍ରାମାଞ୍ଚଳର ଗରିବ ଜନସାଧାରଣଙ୍କ ଉନ୍ନତି ସାଙ୍ଗକୁ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ଅଧିକ ଗୁୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/an.jpg)