କୋଭିଡ୍‌ ରୋଗୀଙ୍କ ଚିକିତ୍ସା ତଦାରଖ ପାଇଁ ଜିଲ୍ଲା ସ୍ତରୀୟ କମିଟି

ଭୁବନେଶ୍ୱର : ଜିଲ୍ଲା ସ୍ତରରେ ଥିବା ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧାର ଗୁଣାତ୍ମକ ଦିଗ ଯାଞ୍ଚ କରିବ ଜିଲ୍ଲା ସ୍ତରୀୟ କମିଟି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଡିଏମ୍‌ ପାହ୍ୟାର ଅଧିକାରୀ ଏହି କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିବେ।

କମିଟିରେ ଜିଲ୍ଲା ସିଡିଏମ୍‌ଓ, ଜନସ୍ବାସ୍ଥ୍ୟ ଅଧିକାରୀ ଓ ଆଇସିୟୁ ପ୍ରଶିକ୍ଷିତ ପ୍ରାପ୍ତ ଜଣେ ଡାକ୍ତର ଯିଏ କି ରୋଗୀର ଚିକିତ୍ସାରେ ନିୟୋଜିତ ଥିବେ ସଦସ୍ୟ ରହିବେ। ମହାନଗର ଅଞ୍ଚଳରେ ବି କମିଟି କୋଭିଡ୍‌ ରୋଗୀକୁ ମିଳୁଥିବା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଅଡିଟ୍‌ କରିବ। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ କିଛି ବି ସମସ୍ୟା ଥାଏ ତାହେଲେ ଏହି କମିଟି ସୁପାରିସ ଅନୁଯାୟୀ ଚିକିତ୍ସା ସେବାରେ ଉନ୍ନତି ଅଣାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର