ଖରିଫ ଚାଷ ପାଇଁ ଜିଲ୍ଲାସ୍ତରୀୟ  ବୈଠକ

ଖରିଫରେ ୩ ଲକ୍ଷ ୮୩ ହଜାର ୭୨୧ ହେକ୍ଟର ଜମି ଚାଷ ହେବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଖରିଫ ଚାଷ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ୱିତୀୟ ଧାନ ଉତ୍ପାଦନକାରୀ ଜିଲ୍ଲା ହୋଇଥିବା ବେଳେ କପା ଓ ଶଷ୍ୟ ଜାତୀୟ ଫସଲରେ ସର୍ବାଧିକ ଚାଷ ହୋଇଥାଏ । ଚଳିତ ଖରିଫ ଋତୁରେ ଜିଲ୍ଲାରେ ୩ ଲକ୍ଷ ୮୩ ହଜାର ୭୨୧ ହେକ୍ଟର ଜମିରେ ଚାଷ ହେବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ସେଥି ମଧ୍ୟରୁ ୨ଲକ୍ଷ ୪ ହଜାର ୪୫୮ ହେକ୍ଟର ଜମିରେ ଧାନଚାଷ, ୧୦ ହଜାର ୬୪୪ ହେକ୍ଟର ଜମିରେ ମକା ଚାଷ, ୬୬ ହଜାର ୬୪୦ ହେକ୍ଟର ଜମିରେ ଶଷ୍ୟ ଜାତୀୟ ଚାଷ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି ।
ସେହିଭଳି ୧୭ ହଜାର ୩୯୯ ହେକ୍ଟର ଜମିରେ ତୈଳବୀଜ ଚାଷ , ୨୮ ହଜାର ୯୬୬ ହେକ୍ଟର ଜମିରେ ପନିପରିବା ଓ ୬୫ ହେକ୍ଟର ଜମିରେ କପା ଚାଷ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଆଜି ବୈଠକରେ ଚାଷ ପାଇଁ ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ପାଇଁ ଗୁରୁତ୍ୱ ପ୍ରଦାନ କରାଯିବ । ଅଧିକ ରୁ ଅଧିକ ଜମିରେ ଜଳସେଚନର ସୁବିଧା ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।ବର୍ତ୍ତମାନ ଚାଷୀମାନେ ପଙ୍ଗପାଳ ଆସିବା ନେଇ ଆଶଙ୍କା କରୁଥିବା ବେଳେ ଏହାର ମୁକାବିଲା ପାଇଁ ଚାଷୀଙ୍କୁ ସଚେତନ କରିବା ଓ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର କୃଷି ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସମ୍ବନ୍ଧିତ ଖବର