ଜିଲ୍ଲାସ୍ତରୀୟ ପଡ଼ୋଶୀ ଯୁବ ସଂସଦ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜାଗୁଳେଇପାଟଣାଠାରେ ଜିଲ୍ଲାସ୍ତରୀୟ ପଡ଼ୋଶୀ ଯୁବ ସଂସଦ (ନେଇବର ହୁଡ୍ ୟୁଥ୍ ପାର୍ଲିଆମେଣ୍ଟ) କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜାଗୁଳେଇପାଟଣା ଜଗନ୍ନାଥ ମନ୍ଦିର ପରିସରରେ ଭୁବନେଶ୍ୱର ନେହରୁ ଯୁବ କେନ୍ଦ୍ର ଓ ଖୋର୍ଦ୍ଧା ଠାରେ ଥିବା କୁନ୍ତଳାଦେବୀ ସ୍କୁଲ ଅଫ୍ ନର୍ସିଂର ମିଳିତ ଭାବେ ଏହି କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁନ୍ତଳାଦେବୀ ନର୍ସିଂସ୍କୁଲର ସୁଶାନ୍ତ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜକର୍ମୀ ସୌମ୍ୟଶ୍ରୀ ମହାପାତ୍ର, ଅର୍ଜୁନପୁର ସରପଂଚ ସୂର୍ଯ୍ୟପ୍ରସାଦ ମହାନ୍ତି, ଲୋହିତ ମହପାତ୍ର, ନର୍ସିଂ ସ୍କୁଲର ଅଧ୍ୟକ୍ଷ ଏ.କେ. ବାହିନୀପତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତ୍ରୀ ମନସ୍ୱିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେବାଶିଷ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନେହରୁ ଯୁବକେନ୍ଦ୍ରର ଶୁଭେନ୍ଦ୍ର ନାଥ ସାହୁ ସ୍ୱାଗତଭାଷଣ ଦେଇଥିଲେ । ନର୍ସିଂ ସ୍କୁଲର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।

ସମ୍ବନ୍ଧିତ ଖବର