ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ରଜ ମହୋତ୍ସବ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୋନପୁର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ-୨୦୨୨ ପାଳିତ ହୋଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିଶି ପୁନମ ମିଞ୍ଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରମଣି ହାଂସଦା, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡେପୁଟି କଲେକ୍ଟର ପ୍ରୟାସୀ ପଧାନ, ଡିଆଇପିଆର୍‌ଓ ଅଶ୍ବିନୀ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାରା ରାଜ୍ୟରେ ରଜ ମହୋତ୍ସବ ପାଳନ ହେଉଥିବାରୁ ଏହା ନିଶ୍ଚିତ ଭାବେ ପୂର୍ବ ଓ ପଶ୍ଚିମ ଓଡ଼ିଶାର ସଂସ୍କୃତି ସମ୍ପର୍କରେ ଏକ ନୂତନ ସମ୍ପର୍କ ଯୋଡ଼ି ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ନୃତ୍ୟଶିଳ୍ପୀ ଅଙ୍କିତା ରାୟଗୁରୁ ଏବଂ ସ୍ବର୍ଣ୍ଣଶିଖାର କଳାକାରମାନେ ସସ୍ମିତା ପରମଗୁରୁ ଓ ବେଦବର ପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ କଳାକାର ଏବଂ ମହିଳା ସ୍ବୟଂ ସହାୟକ ଗୋ‌ଷ୍ଠୀଙ୍କୁ ମାନପତ୍ର ଓ ଟେରାକୋଟା ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଦସ୍ୟ ଶାଶ୍ବତ ତ୍ରିପାଠୀ, ଅବିନାଶ ହୋତା, ଦୁଃଖୀଶ୍ୟାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର