ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ୧୮ ବର୍ଷ ବୟସରୁ କମ୍ ଛାତ୍ରଛାତ୍ରୀ ବିନା ଲାଇସେନ୍ସ୍ରେ ବାଇକ୍ ଓ ସ୍କୁଟି ଚଳାଇ କଲେଜକୁ ଆସୁଛନ୍ତି। ଏହାଦ୍ବାରା ଦୁର୍ଘଟଣା ସଂଖ୍ୟା ବଢ଼ିବା ସହ ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଗୁରୁତର ହେଉଥିବା ଘଟଣା ନଜରକୁ ଆସିଛି। ତଥାପି ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଣିକି ବିନା ଲାଇସେନ୍ସ୍ ଓ ବିନା ହେଲମେଟ୍ରେ ଛାତ୍ରଛାତ୍ରୀ କଲେଜକୁ ଆସିଲେ ସଂପୃକ୍ତ ଅନୁଷ୍ଠାନର ଅଧ୍ୟକ୍ଷଅଧ୍ୟକ୍ଷା ଓ ଅଭିଭାବକମାନେ ଦାୟୀ ରହିବେ। ଗଞ୍ଜାମ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି।
କରୋନା ମହାମାରୀର ପ୍ରାଦୁର୍ଭାବ କମିବା ପରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବଢ଼ିଛି। ଏଣୁ ଆଗକୁ ଆଞ୍ଚଳିକ ପରିବହନ ବିଭାଗ, ପୁଲିସ ପ୍ରଶାସନ ଓ ତହସିଲଦାରମାନେ ହେଲମେଟ୍ ଏବଂ ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରିବେ। ବିଶେଷକରି ବ୍ରହ୍ମପୁର ମହାନଗର ନିଗମରେ ପରିବହନ ବିଭାଗ ପକ୍ଷରୁ ତଦାରଖକୁ ଅଧିକ ବ୍ୟବସ୍ଥିତ କରାଯିବ। ଦୁଇଚକିଆ ଯାନରେ ବିନା ହେଲମେଟ୍ରେ ଅଥବା ତିନିଜଣ ଯାଉଥିଲେ ଜରିମାନା ଆଦାୟ ହେବ। ଆବଶ୍ୟକସ୍ଥଳେ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରାଯିବ। ପୁରୁଣା ଯାନବାହନ ଯାଞ୍ଚକୁ କଡ଼ାକଡ଼ି କରାଯିବ। କ୍ଷମତାରୁ ଅଧିକ ଯାତ୍ରୀ ପରିବହନ କରୁଥିବା ବସ୍ଗୁଡ଼ିକୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରାଯିବ। ସରକାରୀ କର୍ମଚାରୀମାନେ ମଧ୍ୟ ବିନା ହେଲମେଟ୍ରେ ଅଫିସକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଓ ତାଙ୍କୁ ଛୁଟି ଦିଆଯିବା ସହ ଉକ୍ତ ଦିନକୁ ସିଏଲ୍ ଭାବେ ଗ୍ରହଣ କରାଯିବ। ଦୁର୍ଘଟଣାପ୍ରବଳ ଇଲାକା ଗୁଡ଼ିକୁ ଯାଞ୍ଚ କରିବା ଲାଗି ସମସ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବେଆଇନ ପାର୍କିଂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମୀକ୍ଷା ବୈଠକ: ‘ବିନା ଲାଇସେନ୍ସ୍, ହେଲମେଟ୍ରେ ଗାଡ଼ି ଚଳାଇ ଛାତ୍ରଛାତ୍ରୀ କଲେଜକୁ ଆସିଲେ ଅଧ୍ୟକ୍ଷମାନେ ଦାୟୀ’
/sambad/media/post_attachments/wp-content/uploads/2022/05/654h654sfh4fsh65fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)