ରାୟଗଡ଼ା: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୩ ରାୟଗଡାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁରଭି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ଯୋଗ ଦେଇଥିଲେ। ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଭଜନ ଲାଲ୍ ମାଝି, ବି.ଇ.ଓ ସୁଦିପ୍ତ କୁମାର ଦାସ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ଭୋଇ ମଞ୍ଚାସିନ ଥିଲେ।
ସୁରଭି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକର ୩୬୩ ଜଣ ଛାତ୍ର ଓ ୫୫ ଜଣ ସହାୟକ ଶିକ୍ଷକ ଉପସ୍ଥିତ ଥିଲେ। ପ୍ରତ୍ୟେକ ବ୍ଲକରୁ ୩୬ ଜଣ ଲେଖାଏଁ ଛା୍ତ୍ର ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବକ୍ତୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୩ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ୧୩ଟି ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବେ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଯୋଗ ଦେବେ ବୋଲି ବି.ଇ.ଓ. ସୁଦିପ୍ତ କୁମାର ଦାସ ସୂଚନା ଦେଇଛନ୍ତି।
ସେହିପରି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଯାପନ ଉତ୍ସବରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ରାଜ୍ୟ ଆଇନ୍ ଓ ଆଦିବାସୀ ହରିଜନ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଫେସର ଦନ୍ତ କୁମାର ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ସମସ୍ତ ବି.ଇ.ଓ, ଏ.ବି.ଇ.ଓ, ରାୟଗଡା ଜିଲ୍ଲା ଜି.ସି.ଡି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ପେଡାଗୋଜି କୋଓଡିନେଟର ଜ୍ଞାନ ରଞ୍ଜନ ସାହୁ, ସୁରେନ୍ଦ୍ର ସାଠୁଆ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ରାୟଗଡା ବି.ଇ.ଓ ସୁଦିପ୍ତ କୁମାର ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଦୀପ ତ୍ରିପାଠୀ, ଦୀପକ ରାଉତ, ଜଗତ ବେବର୍ଷା, ସସ୍ମିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ ଅଶୋକ ଦାଶ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୋଲନରା ବି.ଇ.ଓ. ମଞ୍ଜୁଲତା ଜେନା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Rgda-Surabhi-programme.jpg)