ବାରିପଦା : ମାଟିର ନମୁନା ପରୀକ୍ଷଣ କରି ପ୍ରର୍ଯ୍ୟାୟ କ୍ରମେ ବିଭିନ୍ନ ଫସଲ ବିଶେଷ କରି ଅଣଧାନ ଫସଲ ଚାଷ କରାଯିବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଏହାଦ୍ବାରା ଚାଷୀର ଆୟବୃଦ୍ଧି ମଧ୍ୟ ହୋଇପାରିବ। ସେହିପରି ଜମିର ଉର୍ବରତା ବଜାୟ ରଖିବା ନିମନ୍ତେ ଜୈବିକ ସାର ପ୍ରୟୋଗ ଆବଶ୍ୟକତା ହୋଇପଡ଼ିଛି। ଏଦିଗରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ। ଶନିବାର ମୟୂରଭଞ୍ଜ ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଏବଂ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ଶାମାଖୁଣ୍ଟା ଓ ଯଶିପୁର ମୟୂରଭଞ୍ଜ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ଏପରି ମତପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2020/12/soil-day.jpeg)
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପ୍ରତ୍ୟେକ ଚାଷୀ ନିଜ ଜମିର ମାଟି ପରୀକ୍ଷା କରିବା ନିହାତି ଆବଶ୍ୟକ ବୋଲି ଶ୍ରୀମତୀ ମୁର୍ମୁ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ, ଯଶୀପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦୀପକ କୁମାର ମହାନ୍ତି, ବ୍ୟାଙ୍କ ଅଫ୍ ଇଣ୍ଡିଆର ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ ଦିଲ୍ଲୀପ କୁମାର ସାହୁ ଯୋଗଦେଇ କୃଷି ଓ କୃଷକଙ୍କର ଆୟବୃଦ୍ଧି ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁ ଜିଲ୍ଲାର ଦଶଜଣ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/soilday-2.jpeg)