ଜିଲ୍ଲା ପୌର ନିର୍ବାଚନ: ଅମାନତ ହରାଇଛନ୍ତି ୧୦ ପୌରାଧ୍ୟକ୍ଷ, ୬୬ କାଉନସିଲର ପ୍ରାର୍ଥୀ

ରାଉରକେଲା/ସୁନ୍ଦରଗଡ଼: ‌ନିର୍ବାଚିତ ହୋଇ ଲୋକଙ୍କ ପାଇଁ କିଛି କରିବାର ଆଶା, ଲୋକ ସମର୍ଥନ, କ୍ଷମତା ଲାଳସା, ବିଦ୍ରୋହ, ଅନ୍ୟ କୌଣସି ପ୍ରାର୍ଥୀଙ୍କର ଭୋଟ୍‌ କାଟିବା ଯୋଜନା ଓ କ୍ରୋଧ- ଏପରି ବିଭିନ୍ନ କାରଣରୁ ଲୋକେ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି। ଏଥିରେ କିଛି ସଫଳ ହୁଅନ୍ତି ତ ଅନେକ ବିଫଳ। କିଛି ଲୋକ ସର୍ବନିମ୍ନ ଲୋକସମର୍ଥନ ଅଭାବରେ ଅମାନତ ହରାନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଶେଷ ହୋଇଥିବା ୩ଟି ପୌରପାଳିକା ନିର୍ବାଚନରେ ୧୦ ଜଣ ପୌରାଧ୍ୟକ୍ଷ ପ୍ରାର୍ଥୀ ଏହିପରି ଅମାନ ହରାଇଥିବାବେଳେ ୬୬ଜଣ କାଉନସିଲର୍‌ ପ୍ରାର୍ଥୀଙ୍କର ସମଦଶା ହୋଇଛି।ପୌର ନିର୍ବାଚନ ନିୟମ ଅନୁଯାୟୀ, ଏମାନେ ମୋଟ୍‌ ମତଦାନର ୮ ଭାଗରୁ ଭାଗେ,  ଅର୍ଥାତ୍ ୧୨.୫%ରୁ କମ୍‌ ଭୋଟ ପାଇ ଅମାନତ ହରାଇଛନ୍ତି। ଏହା ସହିତ ତାଙ୍କର ଅମାନତ ରାଶି ମଧ୍ୟ ଜବତ ହେବ।

୨୦ ୱାର୍ଡ ବିଶିଷ୍ଟ ରାଜଗାଙ୍ଗପୁର ପୌରପାଳିକାରେ ଅମାନତ ହରାଇଥିବା ସଂଖ୍ୟାଧିକ ପ୍ରାର୍ଥୀ ଅଛନ୍ତି। ଏଠାରେ ପୌରାଧ୍ୟକ୍ଷ ଆସନ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ୬ ଓ କାଉନସିଲରରେ ୩୫ ପ୍ରାର୍ଥୀ ଓ ପ୍ରାର୍ଥିନୀ  ଅମାନତ ହରାଇଛନ୍ତି। ମୋଟ୍‌ ୪୪ ହଜାର ୭୮୯ ଭୋଟରଙ୍କ ମଧ୍ୟ ୨୭,୦୫୦  ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ମତଦାନର ୮ ଭାଗରୁ ଭାଗେ ଅର୍ଥାତ୍‌ ୩,୩୮୧ରୁ କମ୍‌ ଭୋଟ ପାଇଥିଲେ ‌୬ ପୌରାଧ୍ୟକ୍ଷ ପ୍ରାର୍ଥୀ ଓ ପ୍ରାର୍ଥିନୀ। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅଜୟ କୁମାର ପାଇକ୍‌ ରାୟ। ତାଙ୍କୁ ୩୬୬ ଖଣ୍ଡ ଭୋଟ ମିଳିଥିଲା। ସ୍ବାଧୀନ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ରାଉତ ୯୨୧, ପ୍ରେମ ପ୍ରକାଶ ପ୍ରସାଦ  ୧୮୧୨,  ପ୍ରଦୀପ କୁମାର ସିଂ ୨୫୪,   ହୃଷିକେଶ ସାହୁ ୧୦୯ ଓ ଝାରଖଣ୍ଡ ମୁକ୍ତିମୋର୍ଚ୍ଚାର ହରଣ କୁମାର ବାଗେ  ୬୧୫ ଭୋଟ ପାଇ ଅମାନତ ହରାଇଛନ୍ତି।

ସେମିତି ୨୦ କାଉନସିଲର ଆସନ ପାଇଁ ମୋଟ ୮୭ ପ୍ରାର୍ଥୀ ଓ ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରୁଥିଲେ। ଏମାନଙ୍କ ମଧ୍ୟରୁ ମୋଟ ୩୩ ପ୍ରାର୍ଥୀ ଓ ପ୍ରାର୍ଥିନୀ ଅମାନତ ହରାଇଛନ୍ତି। ସେମାନେ ହେଲେ ୱାର୍ଡ ନଂ ୨ର ବିଜେପି ପ୍ରାର୍ଥୀ କିଶୋର କୁମାର କୋଇରି (୯ ଖଣ୍ଡ ଭୋଟ)। ୱାର୍ଡ ନଂ ୫ର ସର୍ବାଧିକ ୫ ପ୍ରାର୍ଥୀ ଓ ପ୍ରାର୍ଥିନୀ ଅମାନତ  ହରାଇଛନ୍ତି। ଏମାନେ ହେଲେ ସ୍ବାଧୀନ ପ୍ରାର୍ଥୀ ବିନୟ କୁମାର ପାଠକ ( ୯୭ ଭୋଟ) କଂଗ୍ରେସର ରମେଶ ଚନ୍ଦ୍ର ସାହୁ (୧୪), ଦୁଇ ସ୍ବାଧୀନ ପ୍ରାର୍ଥୀପ୍ରାର୍ଥିନୀ  ରୀତା ଯାଦବ ଓ  ସୁରେନ୍ଦ୍ର ଚୌଧୁରୀ (ଯଥାକ୍ରମେ ୫୪ ଓ ୧୩୭) ତଥା ଚଳିତ ପୌର ନିର୍ବାଚନରେ ମାତ୍ର ୨ଟି ଭୋଟ୍‌ ପାଇ ଏଥର ଜିଲ୍ଲାରେ ସବୁଠାରୁ କମ୍‌ ଭୋଟ୍‌ ପାଇବାରେ ‘ରେକର୍ଡ଼’ କରିଥିବା ଜେଏମ୍‌ଏମ୍‌ର କିରଣ ନାଏକ। ୱାର୍ଡ ନଂ ୬ରେ ୩ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଏମାନେ ହେଲେ ସ୍ବାଧୀନ ପ୍ରାର୍ଥୀ ଚନ୍ଦନ କୁମାର ରାୱାନି (୮୭ ଭୋଟ), ସ୍ବାଧୀନ ପ୍ରାର୍ଥୀ ଦିନେଶ ଶର୍ମା (୨୩ ଖଣ୍ଡ), ରମେଶ ସୋନି (୬୮ ଖଣ୍ଡ)। ୱାର୍ଡ ନଂ ୭ରେ ସ୍ବାଧୀନ ପ୍ରାର୍ଥୀ ଡମ୍ବର ଜୟପୁରିଆ ୨୩ , ବିଶ୍ବନାଥ ତନ୍ତୀ ୧୧୯ , କଂଗ୍ରେସର ସରସ୍ବତୀ ବାଗ୍‌ ୪୬ ଓ ବିଜେପିର ନିରକାର ଜୟପୁରିଆ ୧୫୪ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୯ରେ ସ୍ବାଧୀନ ପ୍ରାର୍ଥୀ ଅଜୟ କୁମାର ପାଇକ୍‌ରାୟ ୩୧ ଖଣ୍ଡ, ବିଜେପିର ବିଶାଳ ସିକ୍‌ଲି ୨୫ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ୱାର୍ଡ ନଂ ୧୦ରେ ବିଜେପିର ସୁସମା ମିଞ୍ଜ ୫୯ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୧୧ରେ କଂଗ୍ରେସର ଭାରତୀ ବାର୍‌ଭାୟା ୮୬, ବିଜେପିର ସରୋଜିନୀ ରଣା୧୧୯ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୧୨ର ସ୍ବାଧୀନ ପ୍ରାର୍ଥୀ ପାରୁଲ୍‌ ଭଦ୍ରା ୯୪,  ଭାରତୀ ଦେୱାର ୫୫ ଓ କଂଗ୍ରେସର ସୀମାରାଣି ଦେବନାଥ ୩୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୧୩ରେ କଂଗ୍ରେସର ନିରୁପମା ତନ୍ତୀ ୮୩ଖଣ୍ଡ ଓ  ସ୍ବାଧୀନ ପ୍ରାର୍ଥିନୀ ବିଳାସିନୀ ରାଉତ ୧୫୮ ଖଣ୍ଡ ଭୋଟ ପାଇଛନ୍ତି। ୱାର୍ଡ ନଂ ୧୪ରେ ବିଜେପିର ସଙ୍ଗୀତା ଭେଙ୍ଗ୍ରାଙ୍କୁ ୧୧୧ ଖଣ୍ଡ ଭୋଟ ମିଳିଥିଲା। ୱାର୍ଡ ନଂ ୧୫ରେ  କଂଗ୍ରେସର ପୂର୍ଣ୍ଣଚନ୍ଦ୍ର କିସାନ ୮୫ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୬ରେ କଂଗ୍ରେସର କଳ୍ପନା ସାହୁ ୧୧୬, ବିଜେପିର ପ୍ରିୟା ସିଂ ୧୫୭ ଓ ସ୍ବାଧୀନ ପ୍ରାର୍ଥିନୀ  ରଞ୍ଜିତା ପଣ୍ଡା  ୧୫୨ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ୱାର୍ଡ ନଂ ୧୭ରେ କଂଗ୍ରେସର ବି. ବିର୍‌ ୩୬ ଖଣ୍ଡ,  ସ୍ବାଧୀନ ପ୍ରାର୍ଥୀ ସୌକି ବାଘ ୯୩ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୮ରେ ସ୍ବାଧୀନ ପ୍ରାର୍ଥୀ କଳ୍ପନା ମାଝି ମାତ୍ର ୧୦ ଖଣ୍ଡ ଭୋଟ ପାଇ ଅମାନତ  ହରାଇଛନ୍ତି। ୱାର୍ଡ ନଂ ୧୯ରେ ସ୍ବାଧୀନ ପ୍ରାର୍ଥୀ ଏମ୍‌ଡି ଅହମ୍ମଦ ୭୭,  ବିଜେପିର ମହମ୍ମଦ ନିଆଜ୍‌ ୧୯୮  ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୨୦ରେ ସ୍ବାଧୀନ ପ୍ରାର୍ଥୀ ଏସ.କେ. ଇଫ୍‌ରାନ୍‌ ୫୧,  ଦୀପା ପଲାଇ ୬୪, ବିଜେପିର ମୋତିଲାଲ ଚୌରାସିଆ ୫୬ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ଅନୁରୂପ ଭାବେ ୧୧ ୱାର୍ଡ ବିଶିଷ୍ଟ ବୀରମିତ୍ରପୁର ପୌରପାଳିକାର ୨ ପୌରାଧ୍ୟକ୍ଷ ସ୍ବାଧୀନ ପ୍ରାର୍ଥୀ ଅରବିନ୍ଦ ଜସ୍ବାଲ, ବହୁଜନ ସମାଜବାଦି ପାର୍ଟି  (ବିଏସ୍‌ପି)ର ମହେନ୍ଦ୍ର ବାଘ ଅମାନତ ହରାଇଛନ୍ତି। ସେମାନଙ୍କୁ ଯଥାକ୍ରମେ ୨୧୬ ଓ ୧୦୬ ଖଣ୍ଡ ଭୋଟ ମିଳିଥିଲା। କାଉନସିଲରରେ ୱାର୍ଡ ନଂ ୩ର ଅସିୟା ଖାତୁନ୍‌ ୧୩୮ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନଂ ୫ର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ବାଙ୍କ୍ରା ୯୭ ଖଣ୍ଡ ଭୋଟ ପାଇଥିଲେ। ସେମିତି ୱାର୍ଡ ନଂ ୬ର ଜେଏମ୍‌ଏମ୍‌ର ପିତ୍ରୁସ ସୁରିନ୍‌  ୬୯ ଖଣ୍ଡ, ୱାର୍ଡ ନଂ ୮ର ଜେଏମ୍ଏମ୍‌ ପ୍ରାର୍ଥିନୀ ମମତା ଖାଲ୍‌କୋ ମାତ୍ର ୨୦ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି।

ସୁନ୍ଦରଗଡ଼ ପୌର ନିର୍ବାଚନରେ ୭୮୧୨ ଭୋଟ ପାଇ ବିଜେପିର ତନୟା ମିଶ୍ର ପୌରାଧ୍ୟକ୍ଷା ନିର୍ବାଚିତ ହୋଇଥିବା ବେଳେ ବିଜେଡିର ରଞ୍ଜନା ପଣ୍ଡା ୬୫୭୭ ଓ ବିଜେପି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ନିନିମା ପଟେଲ ୬୫୪୨ ଭୋଟ ପାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ତେବେ ଅଧ୍ୟକ୍ଷା ଆସନରେ ଲଢ଼େଇ କରିଥିବା କଂଗ୍ରେସ ପ୍ରାର୍ଥୀ ସସ୍ମିତା ଯୋଶୀ ୮୫୮ ଓ ସ୍ବାଧୀନ ପ୍ରାର୍ଥୀ ପଦ୍ମା ଦେବୀ ୩୧୦ ଭୋଟ ପ‌ାଇ  ଅମାନତ ହରାଇଛନ୍ତି। ଏଠାରେ ନୋଟା ୧୮୩ ସମେତ ୨୨୨୮୨ ମତଦାନ ହୋଇଛି। ତାର ୮ ଭାଗରୁ ଭାଗେ ଅର୍ଥାତ ୨୭୮୫କୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ। ୨ ଅଧ୍ୟକ୍ଷା ପ୍ରାର୍ଥୀ ସହ ୨୭ ଜଣ କାଉନସିଲର ପ୍ରାର୍ଥୀ ମଧ୍ୟ ଅମାନତ ହରାଇଛନ୍ତି। ସେଥିମଧ୍ୟରେ ରହିଛନ୍ତି କଂଗ୍ରେସ ଓ ଅନେକ ସ୍ବାଧୀନ ପ୍ରାର୍ଥୀ ।

ସୁନ୍ଦରଗଡ଼ ପୌରପରିଷଦର ୱାର୍ଡ-୧ରେ  କଂଗ୍ରେସ ପ୍ରାର୍ଥୀ ବିଶ୍ବାମିତ୍ର ପ୍ରଧାନ ଅମାନତ ହରାଇଛନ୍ତି। ସେ ମାତ୍ର ୨୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି ୱାର୍ଡ- ୨ରେ ସ୍ବାଧୀନ ପ୍ରାର୍ଥୀ ଉପେନ୍ଦ୍ର ମିଶ୍ର ୫୬ ଭୋଟ୍‌ ଓ ସଂଜୟ କୁମାର ପୃଷେଠ-୮୮ ଭୋଟ ପା‌ଇ ଅମାନତ ହରାଇଛନ୍ତି। ୱାର୍ଡ-୩ରେ ସ୍ବାଧୀନ ପ୍ରାର୍ଥୀ ପୁଷ୍ପାରାଣୀ ସରାଫ ୮୨, କଂଗ୍ରେସର  ସଦାମ ହୁସେନ-୨୩ ଖଣ୍ଡ ଭୋଟ୍‌ ପାଇଥିବାରୁ ସେମାନଙ୍କ ଅମାନତ ଯାଇଛି। ୱାର୍ଡ-୪ରେ ମାତ୍ର ୨୯ ଖଣ୍ଡ ଭୋଟ୍‌ ପାଇ କଂଗ୍ରେସର ସୁନୀତି ମୁଣ୍ଡା ଅମାନତ ହରାଇଛନ୍ତି।

image source–india ahead

ସେହିପରି ୱାର୍ଡ- ୫ରେ ୨୭ ଖଣ୍ଡ ଭୋଟ୍‌ ପାଇ  କଂଗ୍ରେସର ବୃନ୍ଦାବତୀ ବାଦି ଅମାନତ ହରାଇଛନ୍ତି। ୱାର୍ଡ ନମ୍ବର ୬ରେ ସ୍ବାଧୀନ ପ୍ରାର୍ଥୀ ଅବଦେଶ କୁମାର ପାଣ୍ଡେ ୫୬, ଜିତେନ୍ଦ୍ର ଅମାତ-୧୦୪ ଓ ତରନୁମ ପରୱିନ-୧୪୬, କଂଗ୍ରେସ ପ୍ରାର୍ଥୀ ବିକାଶ ରାଓ-୪୦ ଭୋଟ୍‌ ପାଇ ନିଜ ଅମାନତ ହରାଇଛନ୍ତି। ୱାର୍ଡ- ୭ରେ ୭୬ ଭୋଟ୍‌ ପାଇଛନ୍ତି କଂଗ୍ରେସର  ଲବଣୀଧର ବାଗ। ୱାର୍ଡ  ୮ରେ କଂଗ୍ରେସର  କାମିନୀ ମୁଣ୍ଡା ୨୪, ସ୍ବାଧୀନ ପ୍ରାର୍ଥୀ ଜ୍ୟୋତ୍ସ୍ନା ମୁଣ୍ଡା-୭୪ ଭୋଟ୍‌ ପାଇଥିବା ଯୋଗୁଁ ସେମାନଙ୍କ ଅମାନତ ଯାଇଛି। ୱାର୍ଡ ୯ରେ ୬୨ ଭୋଟ ପାଇ କଂଗ୍ରେସର ପଦ୍ମିନୀ ସୁନାନୀ ଅମାନତ ହରାଇଛନ୍ତି। ୱାର୍ଡ ୧୧ରେ ୧୦୩ ଭୋଟ୍‌ ପାଇ କଂଗ୍ରେସର ପ୍ରଣୟ ଧୁରୁଆ ଅମାନତ ହରାଇଛନ୍ତି। ୱାର୍ଡ-୧୨ରେ ୭୯ ଭୋଟ୍‌ ପାଇ କଂଗ୍ରେସର ଲଳିତା ତନ୍ତୀ ଅମାନତ ହରାଇଛନ୍ତି।

ୱାର୍ଡ-୧୩ରେ ବୁଧଦେବ କିରୋ-୩୬, କଂଗ୍ରେସ ପ୍ରାର୍ଥୀ ସୀମା ଖଡ଼ିଆ-୧୦୪ ଭୋଟ୍‌ ପାଇ ଧରାଶାୟୀ ହୋଇଛନ୍ତି। ୱାର୍ଡ ୧୬ରେ କଂଗ୍ରେସର ଅନୀଳ ଲାକ୍ରା ୨୩, ସ୍ବାଧୀନ ପ୍ରାର୍ଥୀ ସୁଜେଶ ନାୟକ ୪୦ ଓ  ସୁବାସଚନ୍ଦ୍ର ପଣ୍ଡା ୧୧ ଭୋଟ୍‌ ପାଇ ସମଦଶା ଭୋଗିଛନ୍ତି। ୱାର୍ଡ ୧୭ରେ କଂଗ୍ରେସର କାଜଲ ମହାନନ୍ଦିଆ ୬୮, ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସିଂ ୯୭ ଭୋଟ୍‌ ପାଇ ଅମାନତ ହରାଇଛନ୍ତି। ସେହିପରି ୱାର୍ଡ- ୧୮ରେ ୪୭ ଭୋଟ୍‌ ପାଇ କଂଗ୍ରେସର ନୂତନୀ ପିନ, ୧୩୨ ଭୋଟ୍‌ ପାଇ ସ୍ବାଧୀନ ପ୍ରାର୍ଥୀ ରାଜଶ୍ରୀ ସିଂ ପାଇ ଅମାନତ ହରାଇଛନ୍ତି। ୱାର୍ଡ ନମ୍ବର ୧୯ରେ କଂଗ୍ରେସର  ସ୍କୋ‌ଲୋଷ୍ଟିକା ବିଲୁଙ୍ଗ ୪୮ ଭୋଟ୍‌ ପାଇ ଅମାନତ ହରାଇଛନ୍ତି।

ସମ୍ବନ୍ଧିତ ଖବର