ଯୋଜନା କମିଟି ବୈଠକରେ ଦେବେନ୍ଦ୍ର-ଧ୍ରୁବ ମୁହାଁମୁହିଁ

କେନ୍ଦ୍ରାପଡା :କେନ୍ଦ୍ରାପଡା ଜିଲ୍ଲା ଯୋଜନା କମିଟି ବୈଠକରେ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଓ ଜିଲ୍ଲା ବିଜେଡ଼ି ସଭାପତି ତଥା କେନ୍ଦ୍ରାପଡ଼ା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଧ୍ରୁବ ସାହୁଙ୍କ ମଧୢରେ କଥା କଟାକଟି ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲା ଯୋଜନାବୋର୍ଡ କମିଟି ଅଧୢକ୍ଷ ତଥା ରାଜ୍ୟ ପରିବହନ ମନ୍ତ୍ରୀ ନୃସି˚ହ ସାହୁଙ୍କ ଉପସ୍ଥିତିରେ ଉଭୟ ନେତାଙ୍କ ଭିତରେ ବାଦାନୁବାଦ ବୈଠକକୁ ବେଶ୍‌ ସରଗରମ କରିଛି।

ବୈଠକରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ପଲ୍ଲୀସଭାରେ ଅନୁମୋଦନ ମତେ କାର୍ଯ୍ୟାଦେଶ ବଣ୍ଟା ଯାଉଛି, ଏ ନେଇ ଆଉ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ରାଜନଗର ବିଧାୟକ ଅ˚ଶୁମାନ ମହାନ୍ତି ମନ୍ତବ୍ୟ ରଖିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ଦେବା ପରିବର୍ତ୍ତେ ରାଜନଗର ବିଧାୟକ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଛନ୍ତି ବୋଲି ଆପତ୍ତି ଉଠାଇଥିଲେ ଧ୍ରୁବ ସାହୁ। ସେ କହିଥିଲେ, ଗୋପବନ୍ଧୁ ଗ୍ରାମୀଣ ଆବାସ ଯୋଜନା କାମରେ କେନ୍ଦ୍ରାପଡା ପଛରେ ପଡ଼ିଛି। ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ ା ଆଲୋଚନାରେ ହସ୍ତକ୍ଷେପ କରି ଆଳି ବିଧାୟକ ଶ୍ରୀ ଶର୍ମା କହିଥିଲେ, ‘ବିଧାୟକ ଲ’ ମେକର, କିନ୍ତୁ ଧ୍ରୁବ ସାହୁ ଜଣେ ସାଧାରଣ ଲୋକ। ଏଣୁ ତାଙ୍କର ଏଥିରେ ହସ୍ତକ୍ଷେପ କରିବାର କିଛି ନାହିଁ ା ତମେ କିଏ? କ’ଣ ପଣ୍ତିତ?’ ଏଥିରେ ପ୍ରତିବାଦ କରି ଧ୍ରୁବ କହିଥିଲେ ଯେ, ଆପଣ ଜଣେ ବିଧାୟକ । ମୁଁ ଜଣେ ଏକ୍ସପର୍ଟ ସଦସ୍ୟ ହିସାବରେ ଗୃହର ସଦସ୍ୟମାନଙ୍କୁ ନିୟମାବଳୀ ସମ୍ପର୍କରେ ସଚେତନ କରାଇବାକୁ ଏପରି କହୁଛି । ଯାହା ଆଇନ ସ˚ଗତ ଗ୍ରହଣ କରାଯିବ, ମନ୍ତ୍ରୀ ନିଷ୍ପତ୍ତି ନେବେ ।

ଏହାର ଉତ୍ତରରେ ବିଧାୟକ ଶର୍ମା ତମେ ମୋର କ’ଣ କରି ପାରିବ ବୋଲି ଧ୍ରୁବଙ୍କୁ ପଚାରିବାରୁ ଧ୍ରୁବ କହିଥିଲେ ଯେ ‘ଆଜ୍ଞା ମୁଁ କିଛି କରି ପାରିବି ନାହିଁ ମାତ୍ର ସମସ୍ତେ ଜାଣନ୍ତି ଆପଣ ଜଣେ ବିଧାୟକ ଓ ଗୁଣ୍ତା। ମୁଁ ଯଦି କହିବା ଆରମ୍ଭ କରିବି, ଆପଣ ଏଠି ବସି ପାରିବେ ନାହିଁ । ଶବ୍ଦ ସ˚ଯତରେ କଥାବାର୍ତା କରନ୍ତୁ।’

ଏପରି କଥା କଟାକଟି ଫଳରେ ପରିସ୍ଥିତି ଅଡ଼ୁଆ ଆଡକୁ ଯାଉ୍‌ଥିବା ବେଳେ ମନ୍ତ୍ରୀ ଓ ଅନ୍ୟମାନେ ହସ୍ତକ୍ଷେପ କରିଥିଲେ।

ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ମଧୢସ୍ଥତା କରି ସମାଧାନ କରିବାକୁ ଉଦ୍ୟମ କରିଥିଲେ। ପରେ କିନ୍ତୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଧାୟକ ଶର୍ମା କହିଥିଲେ ‘ଧ୍ରୁବ ଇ˚ରାଜୀ ଜାଣି ନାହାନ୍ତି, ପାଠ କେତେ ପଢ଼ିଛନ୍ତି ମୁଁ ଜାଣେନା। ଜିଲ୍ଲାରେ ସେ ଧାନ ଚୋରି କରିଛନ୍ତି। ମାର୍କେଫେଡ଼୍‌ ଦୁର୍ନୀତି ବିଷୟରେ ରାଜ୍ୟବାସୀ ଜାଣନ୍ତି। ସେ କଣ ବଡ଼ ବଡ଼ କଥା କହିବେ?’

ସମ୍ବନ୍ଧିତ ଖବର