ଭୁବନେଶ୍ବର: ଆଜି ରାଜ୍ୟରେ ୨୬୦୪ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୧୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ଏଯାବତ ଅନୁଗୁଳ ଜିଲ୍ଲାରୁ ୬,୨୩୦,ବାଲେଶ୍ବର ଜିଲ୍ଲାରୁ ୯,୦୦୧ଜଣ, ବରଗଡ଼ ଜିଲ୍ଲାରୁ ୭,୬୯୭ଜଣ, ଭଦ୍ରକ ଜିଲ୍ଲାରୁ ୬,୦୯୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୫,୫୪୬ଜଣ, ବୌଦ୍ଧରୁ ୨,୨୩୩ଜଣ, କଟକରୁ ୨୩,୬୧୫ଜଣ, ଦେବଗଡ଼ରୁ ୮୬୯ଜଣ,ଢ଼େଙ୍କାନାଳରୁ ୪,୪୬୯ଜଣ, ଗଜପତିରୁ ୩,୭୩୫ଜଣ, ଗଞ୍ଜାମରୁ ୨୦,୭୨୫ଜଣ, ଜଗତସିଂହପୁରରୁ ୬,୩୦୯ଜଣ, ଯାଜପୁରରୁ ୯,୮୧୩ଜଣ, ଝାରସୁଗୁଡ଼ାରୁ ୫,୫୫୦ଜଣ, କଳାହାଣ୍ଡିରୁ ୪,୨୬୧ଜଣ, କନ୍ଧମାଳରୁ ୫,୨୨୩ଜଣ, କେନ୍ଦ୍ରାପଡ଼ାରୁ ୬,୪୪୬ଜଣ, କେନ୍ଦୁଝରରୁ ୫,୩୨୫ଜଣ,ଖୋର୍ଧାରୁ ୪୪,୬୭୩ଜଣ, କୋରାପୁଟରୁ ୬,୭୭୦ଜଣ, ମାଲକାନଗିରିରୁ ୪,୩୧୦ଜଣ, ମୟୁରଭଞ୍ଜରୁ ୯,୭୬୯ଜଣ, ନବରଙ୍ଗପୁର ୪,୫୪୨ଜଣ, ନୟାଗଡ଼ରୁ ୫,୪୯୦ଜଣ, ନୂଆପଡ଼ାରୁ ୪,୪୪୧ଜଣ, ପୁରୀରୁ ୧୧,୫୦୪ଜଣ, ରାୟଗଡ଼ାରୁ ୭,୮୨୧ଜଣ, ସମ୍ବଲପୁରରୁ ୭,୩୨୫ଜଣ,ସୁବର୍ଣ୍ଣପୁର ଜିଲ୍ଲାରୁ ୩,୮୧୯ ଜଣ, ସୁନ୍ଦରଗଡ଼ରୁ ୯,୨୦୮ଜଣ ଓ ଷ୍ଟେଟପୋଲରୁ ଏଯାବତ ୬,୭୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ତେବେ କରୋନାରେ ସଂକ୍ରମିତ ହୋଇ ଏଯାବତ ରାଜ୍ୟରେ ୧୦୭୧ଜଣଙ୍କ ମୃତ୍ୟୁ ହୋଇଛି।