ଖୋର୍ଦ୍ଧାରେ ୪୬ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୮୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୫୬ ଓ ସ୍ଥାନୀୟ ଅଞ୍ଚଳରୁ ୮୨୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬,୯୦୬ ଥିବା ବେଳେ ବାଲେଶ୍ବରରେ ୯୪୨୩, ବରଗଡ଼ରେ ୮୦୪୨, ଭଦ୍ରକରେ ୬୩୩୨, ବଲାଙ୍ଗିରରେ ୫୯୪୬, ବୌଦ୍ଧରେ ୨୩୭୯, କଟକରେ ୨୪,୪୨୭ , ଦେବଗଡ଼ରେ ୯୨୪, ଢେଙ୍କାନାଳରେ ୪୬୮୩, ଗଜପତିରେ ୩୭୭୫ , ଗଞ୍ଜାମରେ ୨୦,୮୪୯, ଜଗତ୍‌ସିଂହପୁରରେ ୬୬୪୪, ଯାଜପୁର‌େ ୧୦,୨୨୮, ଝାରସୁଗୁଡ଼ାରେ ୫୮୨୩, କଳାହାଣ୍ଡିରେ ୪୫୭୩, କନ୍ଧମାଳରେ ୫୩୭୭, କେନ୍ଦ୍ରାପଡ଼ାରେ ୬୮୧୩ , କେନ୍ଦୁଝରରେ ୫୫୯୭, ଖୋର୍ଦ୍ଧାରେ ୪୬,୨୪୪, କୋରାପୁଟରେ ୬, ୯୫୨, ମାଲକାନଗିରିରେ ୪୪୯୪, ମୟୂରଭଞ୍ଜରେ ୧୦, ୩୫୯, ନବବରଙ୍ଗପୁରରେ ୪୭୮୩, ନୟାଗଡ଼ରେ ୫୬୩୭, ନୂଆପଡ଼ାରେ ୪୮୦୨, ପୁରୀରେ ୧୧,୮୪୩, ରାୟଗଡ଼ାରେ ୭,୯୨୫, ସମ୍ବଲପୁରରେ ୭,୫୫୯, ସୁବର୍ଣ୍ଣପୁରରେ ୪୧୩୫, ସୁନ୍ଦରଗଡ଼ରେ ୯୮୪୩ ଏବଂ ଷ୍ଟେଟ୍‌ ପୁଲ୍‌ରେ ୭୦୨୯ରେ ପହଞ୍ଚିଛି।

Chart: Comparing The Novel Coronavirus With MERS, SARS And The Common Cold : Goats and Soda : NPR
NPR

ଏଣେ କରୋନାରେ ପୁଣି ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର