ପ୍ରଦେଶ ମହିଳା କଂଗ୍ରେସର ଜିଲ୍ଲା ସଭାନେତ୍ରୀ, କର୍ମକର୍ତା ଘୋଷଣା

ବିଭିନ୍ନ ପଦପଦବିରେ ସ୍ଥାନ ପାଇଲେ ୭୨ ମହିଳା

ଭୁବନେଶ୍ବର : ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଓ ଜିଲ୍ଲା ସଭାନେତ୍ରୀଙ୍କ ଆଜି ନାମ ଘୋଷଣା କରାଯାଇଛି। ଏହି କମିଟିରେ ୭୨ଜଣ ମହିଳା ବିଭିନ୍ନ ପଦପଦବିରେ ସ୍ଥାନ ପାଇଛନ୍ତି। ୨୨ଜଣଙ୍କୁ କାର୍ଯ୍ୟକାରିଣୀ ସଭ୍ୟ ଓ ୧୫ଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରଖାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ନିତା ଡି’ସୌଜା ନୂତନ କର୍ମକର୍ତା ତାଲିକାକୁ ଅନୁମୋଦନ କରିଥିବା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ନିର୍ମଳା ମଲ୍ଲିକ‌ କୋଷାଧ୍ୟକ୍ଷ ଭାବେ ରହିଥିବା ବେଳେ ୧୦ଜଣ ଉପ-ସଭାପତି ଭାବେ ସ୍ଥାନ ପାଇଛନ୍ତି। ସେହିପରି ‌୧୧ଜଣ ସାଧାରଣ ସଂପାଦକ, ୫୦ଜଣଙ୍କୁ ସଂପାଦକ ଭାବେ ଦାୟିଦ୍ବ ପ୍ରଦାନ କରାଯାଇଛି। କାର୍ଯ୍ୟକାରିଣୀ ସଭ୍ୟାଭାବେ ୨୦ଜଣ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟାଭାବେ ୧୫ଜଣ ସ୍ଥାନ ପାଇଛନ୍ତି। ଏହାସହ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଅନୁଗୁଳ ତପସ୍ବିନୀ ବିଶ୍ବାଳ, ଅନୁଗୁଳ ସହର କଶିଦ ବିବି, ବାଲେଶ୍ବର ପ୍ରଜ୍ଞା ପରମିତା ମହାନ୍ତି, ବଲାଙ୍ଗୀର ମିଲନି ସାହୁ, ବରଗଡ଼ ପିକେଶ୍ବର ଛତର, ଭଦ୍ରକ ସବିତା ଚାନ୍ଦ, ଭୁବନେଶ୍ବର ଗୀତାଞ୍ଜଳି ମହାନ୍ତି, ବୌଦ୍ଧ କବିତା ମହାକୁଡ଼, କଟକ ସହର ଶୈଳବାଳା ଜେନା, କଟକ ଶୋଭାମୟୀ ସିଂ, ଢେଙ୍କାନାଳ ମମତାଞ୍ଜଳି ‌ବେହେରା, ଦେବଗଡ଼ ମଞ୍ଜୁଲତା ନାୟକ, ଗଜପତି ସସ୍ମିତା ରାଇକା, ଗଞ୍ଜାମ ବନଜା ପଣ୍ଡା, ଯାଜପୁର ରିତାଶ୍ରୀ ମହାନ୍ତି, ଜଗତସିଂହପୁର ସୁଚିତ୍ରା ବେଉରା, ଝାରସୁଗୁଡ଼ା ପ୍ରଦୀପ୍ତା ପାତ୍ର, କନ୍ଧମାଳ ରୁଦା ମଲ୍ଲିକ, କୋରାପୁଟ ନଳିନୀ ରଥ, କଳାହାଣ୍ଡି ମାହେନନ୍ଦ୍ରୀ ସାହୁ, କେନ୍ଦ୍ରାପଡ଼ା ଅନ୍ନପୂର୍ଣ୍ଣା ସାହୁ, ଖୋର୍ଧା ଜ୍ୟୋର୍ତିମୟୀ ଛୋଟରାୟ, ମୟୂରଭଞ୍ଜ ସୁସ୍ମିତା ଘୋଷାଲ, ନୟାଗଡ଼ ପ୍ରତିମା ଜେନା, ନୂଆପଡ଼ା ଉଷା ଚନ୍ଦ୍ରକାର, ପୁରୀ ନିରୁପମା ପାତ୍ର, ରାଉରକେଲା ନିରୁପମା ବଳିଆରସିଂ, ରାୟଗଡ଼ା ଇପିଲି ନାଗଲକ୍ଷ୍ମୀ, ନବରଙ୍ଗପୁର ପି.ନାଗରତ୍ନମ୍, ସୁନ୍ଦରଗଡ଼ ସବିତା ଟପୋ, ସମ୍ବଲପୁର ସୁତପା ମିତ୍ର, ସୋନପୁର ସୂର୍ଯ୍ୟକାନ୍ତ ବାଗ ଓ ମାଲକାନଗିରି ପୁଷ୍ପା କାୱାସିଙ୍କୁ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର