ଖୋର୍ଦ୍ଧାରେ ୨୧,୪୧୫, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୩୮୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮,୬୫୨ ଥିବା ବେଳେ ଖୋର୍ଦ୍ଧାରେ ୨୧,୪୧୫, କଟକରେ ୧୦,୩୬୫, ଗଜପତିରେ ୨୯୮୦, ଯାଜପୁରରେ ୪୬୦୩, ବାଲେଶ୍ବରରେ ୪୩୩୦, ଜଗତସିଂହପୁର ଜିଲ୍ଲାରେ୨୨୮୬, ପୁରୀରେ ୪୪୨୩, କେନ୍ଦ୍ରାପଡ଼ାରେ ୨୨୨୬, ଭଦ୍ରକ ଜିଲ୍ଲାରେ ୩୨୯୪, ସୁନ୍ଦରଗଡ଼ରେ ୪୮୪୭, ବଲାଙ୍ଗୀରରେ ୩୪୨୩, କନ୍ଧମାଳରେ ୨୪୧୧, ମୟୂରଭଞ୍ଜରେ ୨୪୭୬, କୋରାପୁଟରେ ୪୦୬୫, ନୟାଗଡ଼ରେ ୩୩୮୧, କେନ୍ଦୁଝରରେ ୨୩୮୬, ନୂଆପଡ଼ାରେ ୮୩୮, ଝାରସୁଗୁଡ଼ାରେ ୧୭୭୬, ଢେଙ୍କାନାଳରେ ୧୯୯୦, କଳାହାଣ୍ଡିରେ ୧୬୧୦, ବରଗଡ଼ ଜିଲ୍ଲାରେ ୩୪୨୩, ଅନୁଗୁଳରେ ୧୨୧୭, ମାଲକାନଗିରିରେ ୨୫୫୨ ସମ୍ବଲପୁରରେ ୩୨୯୮, ରାୟଗଡ଼ାରେ ୫୩୦୯, ବୌଦ୍ଧରେ ୮୨୧, ସୋନପୁର ଜିଲ୍ଲାରେ ୧୦୬୭, ଦେବଗଡ଼ ଜିଲ୍ଲାରେ ୨୪୩ ଓ ନବରଙ୍ଗପୁର ଜିଲ୍ଲାରେ ୪୪୨୬ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୯୩, ୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୬୫୮ ରହିଛି।

ସମ୍ବନ୍ଧିତ ଖବର