ଖୋର୍ଦ୍ଧାରେ ୪୭ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୭୨୯ ଓ ସ୍ଥାନୀୟ ଅଞ୍ଚଳରୁ ୫୧୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି ପାଇଛି। ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Coronavirus Questions Answered: What We Know About COVID-19 | Time
Time Magazine

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୭୪୧ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯,୯୬୦, ବରଗଡ଼ରୁ ୮,୪୫୭, ଭଦ୍ରକରୁ ୬,୬୧୬, ବଲାଙ୍ଗୀରରୁ ୬,୪୭୨, ବୌଦ୍ଧରୁ ୨,୫୨୧, କଟକରୁ ୨୫,୪୪୭, ଦେବଗଡ଼ରୁ ୧,୦୧୩, ଢେଙ୍କାନାଳରୁ
୪,୯୬୫, ଗଜପତିରୁ ୩,୮୨୭, ଗଞ୍ଜ‌ାମରୁ ୨୧,୦୭୪, ଜଗତ୍‌ସିଂହପୁରରୁ ୭,୨୨୮, ଯାଜପୁରରୁ ୧୦,୬୮୦, ଝାରସୁଗୁଡ଼ାରୁ ୬,୨୧୫, କଳାହାଣ୍ଡିରୁ ୪,୯୫୭, କନ୍ଧମାଳରୁ ୫,୫୮୫, କେନ୍ଦ୍ରାପଡ଼ାରୁ ୭,୩୩୯, କେନ୍ଦୁଝରରୁ ୬,୧୦୭, ଖୋର୍ଦ୍ଧାରୁ ୪୭,୮୫୭, କୋରାପୁଟରୁ ୭,୨୫୦, ମାଲକାନଗିରିରୁ ୪,୭୩୬, ମୟୂରଭଞ୍ଜରୁ ୧୧,୦୧୮, ନବରଙ୍ଗପୁରରୁ ୫,୧୩୮, ନୟାଗଡ଼ରୁ ୫,୮୫୬, ନୂଆପଡ଼ାରୁ ୫,୩୮୩, ପୁରୀରୁ ୧୨,୨୭୯, ରାୟଗଡ଼ରୁ ୮,୦୩୫, ସମ୍ବଲପୁରରୁ ୭,୮୫୭, ସୁବର୍ଣ୍ଣପୁରରୁ ୪,୩୪୪, ସୁନ୍ଦରଗଡ଼ରୁ ୧୦,୬୪୭ ଏବଂ ଷ୍ଟେଟ୍‌ପୁଲ୍‌ରୁ ୭,୩୩୮ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର