ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୫୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

Advertisment

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୬୬ ଥିବା ବେଳେ ଖୋର୍ଦ୍ଧାରେ ୯୪୪, କଟକରେ ୭୧୫, ଗଜପତିରେ ୪୪୯, ଯାଜପୁରରେ ୫୪୧, ବାଲେଶ୍ବରରେ ୩୯୦, ଜଗତସିଂହପୁର ଜିଲ୍ଲାରେ ୩୧୭, ପୁରୀରେ ୨୯୧, କେନ୍ଦ୍ରାପଡ଼ାରେ ୨୬୪, ଭଦ୍ରକ ଜିଲ୍ଲାରେ ୨୪୫, ସୁନ୍ଦରଗଡ଼ରେ ୨୫୬, ବଲାଙ୍ଗୀରରେ ୨୧୩, କନ୍ଧମାଳରେ୧୮୬, ମୟୂରଭଞ୍ଜରେ ୨୫୩, ନୟାଗଡ଼ରେ ୧୬୪, କେନ୍ଦୁଝରରେ ୧୫୭, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୨୮, ଢେଙ୍କାନାଳରେ ୮୪, କଳାହାଣ୍ଡିରେ ୭୬, ବରଗଡ଼ ଜିଲ୍ଲାରେ ୧୩୩, ଅନୁଗୁଳରେ ୯୫, ମାଲକାନଗିରିରେ ୧୧୧, ସମ୍ବଲପୁରରେ ୭୦, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୯, କୋରାପୁଟରେ ୫୭, ରାୟଗଡ଼ା ଜିଲ୍ଲାରେ ୧୧୫ ଓ ନବରଙ୍ଗପୁର ଜିଲ୍ଲାରେ ୫୩ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।

publive-image image source--long island press

ଏବେ ରାଜ୍ୟରେ ମୋଟ୍ ୫୭୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୫୩ ରହିଛି। ଅପରପକ୍ଷରେ ୩୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୯ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।