ଭୁବନେଶ୍ବର: ରାଜ୍ୟରେ ପୁଣି ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ଗଞ୍ଜାମରୁ ୧୯, ଯାଜପୁରରୁ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ୧, ସୁନ୍ଦରଗଡରୁ ୫, ନୟାଗଡରୁ ୫, ବଲାଙ୍ଗିରରୁ ୧, ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରସୁଗୁଡାରୁ ୩, ନବରଙ୍ଗପୁରରୁ ୧, ଗଜପତିରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ କଥା ହେଲା, କରୋନା ସଂକ୍ରମଣ ଛୁଇଁ ନ ଥିବା ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ବ୍ୟାପିଛି । ଅନ୍ୟ ପକ୍ଷରେ ରାଜ୍ୟରେ ସଂକ୍ରମଣରେ ଶୀର୍ଷରେ ଥିବା ୨ ଜିଲ୍ଲା ଗଞ୍ଜାମ ଓ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିଶତକରୁ ଅଧିକ ରହିଛି। ଆଶ୍ବାସନାର ବିଷୟ ହେଲା, ଗତ କିଛି ଦିନ ଧରି ରାଜ୍ୟରୁ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟରରୁ ହିଁ ବାହାରୁଛନ୍ତି।
/sambad/media/post_attachments/wp-content/uploads/2020/05/today1.jpg)
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଅଛନ୍ତି କେତେ ଆକ୍ରାନ୍ତ ଅଛନ୍ତି। ଆଜିର ତାଜା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ରେ ପହଞ୍ଚିଛି । ଏହି ସଂଖ୍ୟା ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୨୩୯, ବାଲେଶ୍ୱର ଜିଲ୍ଲାରେ ୧୨୮, ଭଦ୍ରକ ଜିଲ୍ଲାରେ ୯୮, ଖୋର୍ଦ୍ଧା ଜିଲ୍ଲାରେ ୭୪, ପୁରୀ ଜିଲ୍ଲାରେ ୬୫, କଟକ ଜିଲ୍ଲାରେ ୫୭, କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୩୩, ବୌଦ୍ଧ ଜିଲ୍ଲାରେ ୩୩, ନୟାଗଡ଼ ଜିଲ୍ଲାରେ ୩୨ ଜଣ, ଜଗତସିଂହପୁର ଜିଲ୍ଲାରେ ୩୦ ଜଣ, ଅନୁଗୁଳ ଜିଲ୍ଲାରେ ୧୯, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରେ ୧୧, ବଲାଙ୍ଗୀର ଜିଲ୍ଲାରେ ୯, ମାଲକାନଗିରି ଜିଲ୍ଲାରେ ୮, ଝାରସୁଗୁଡ଼ା ଜିଲ୍ଲାରେ ୫, ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୫, ଗଜପତି ଜିଲ୍ଲାରେ ୪, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ୨ ଏବଂ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୨୬ରେ ପହଞ୍ଚିଛି। ତେବେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/District-Wise-Corona-Cases-List_Thumbnail-750x430-2-1.jpg)