ସୁନ୍ଦରଗଡ଼ରେ ୧୫୫୭ ସଂକ୍ରମିତ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୮୭୩ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୩୨୩ ଥିବା ବେଳେ ଖୋର୍ଦ୍ଧାରେ ୪୯୧୪, କଟକରେ ୨୩୩୭, ଗଜପତିରେ ୧୬୬୨, ଯାଜପୁରରେ ୧୩୬୩, ବାଲେଶ୍ବରରେ ୧୦୯୧, ଜଗତସିଂହପୁର ଜିଲ୍ଲାରେ ୭୬୪, ପୁରୀରେ ୮୮୫, କେନ୍ଦ୍ରାପଡ଼ାରେ ୫୨୫, ଭଦ୍ରକ ଜିଲ୍ଲାରେ ୬୭୬, ସୁନ୍ଦରଗଡ଼ରେ ୧୫୫୭, ବଲାଙ୍ଗୀରରେ ୫୧୪, କନ୍ଧମାଳରେ ୬୧୬, ମୟୂରଭଞ୍ଜରେ ୭୨୧, କୋରାପୁଟରେ ୯୨୬, ନୟାଗଡ଼ରେ ୬୮୬, କେନ୍ଦୁଝରରେ ୭୯୦, ନୂଆପଡ଼ାରେ ୧୫୫, ଝାରସୁଗୁଡ଼ାରେ ୩୩୦, ଢେଙ୍କାନାଳରେ ୩୬୯, କଳାହାଣ୍ଡିରେ ୨୫୯, ବରଗଡ଼ ଜିଲ୍ଲାରେ ୪୬୩, ଅନୁଗୁଳରେ ୩୬୭, ମାଲକାନଗିରିରେ ୬୨୯, ସମ୍ବଲପୁରରେ ୫୮୧, ରାୟଗଡ଼ାରେ ୧୧୩୨, ବୌଦ୍ଧରେ ୧୫୧, ସୋନପୁର ଜିଲ୍ଲାରେ ୧୦୯, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୦୬ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି। ଏଣେ ଓଡ଼ିଶାରେ ଏଯାବତ୍ ୨୦୭ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର