ଖୋର୍ଦ୍ଧାରେ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୬୭୮ ଥିବା ବେଳେ ଖୋର୍ଦ୍ଧାରେ ୩୦୩୭, କଟକରେ ୧୬୮୯, ଗଜପତିରେ ୯୮୩, ଯାଜପୁରରେ ୧୦୯୬, ବାଲେଶ୍ବରରେ ୮୩୭, ଜଗତସିଂହପୁର ଜିଲ୍ଲାରେ ୬୩୧, ପୁରୀରେ ୬୭୭, କେନ୍ଦ୍ରାପଡ଼ାରେ ୪୧୮, ଭଦ୍ରକ ଜିଲ୍ଲାରେ ୫୨୧, ସୁନ୍ଦରଗଡ଼ରେ ୧୦୫୩, ବଲାଙ୍ଗୀରରେ ୩୩୨, କନ୍ଧମାଳରେ ୩୬୫, ମୟୂରଭଞ୍ଜରେ ୫୫୩, ନୟାଗଡ଼ରେ ୪୮୮, କେନ୍ଦୁଝରରେ ୬୧୦, ନୂଆପଡ଼ାରେ ୧୧୦, ଝାରସୁଗୁଡ଼ାରେ ୨୭୯, ଢେଙ୍କାନାଳରେ ୧୬୭, କଳାହାଣ୍ଡିରେ ୧୨୨, ବରଗଡ଼ ଜିଲ୍ଲାରେ ୩୫୨, ଅନୁଗୁଳରେ ୨୫୮, ମାଲକାନଗିରିରେ ୩୯୬, ସମ୍ବଲପୁରରେ ୨୬୪, ଦେବଗଡ଼ରେ ୮୧, ବୌଦ୍ଧରେ ୧୩୧, ସୁବର୍ଣ୍ଣପୁର ଜିଲ୍ଲାରେ ୭୪, କୋରାପୁଟରେ ୪୫୧, ରାୟଗଡ଼ା ଜିଲ୍ଲାରେ ୫୩୨ ଓ ନବରଙ୍ଗପୁର ଜିଲ୍ଲାରେ ୨୦୪ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୫,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୮୭ ରହିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର