ରାଜ୍ୟର ୨୪୭୮ ଆକ୍ରାନ୍ତଙ୍କ ଭିତରୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୩ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ  ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୨୧, ବାଲେଶ୍ବରରେ ୧୭୯, ଯାଜପୁରରେ ୨୯୦ , କଟକରେ ୧୩୧, ସୁନ୍ଦରଗଡ଼ରେ ୭୪ , ପୁରୀରେ ୯୮, କେନ୍ଦ୍ରାପଡ଼ାରେ ୧୬୧, ଅନୁଗୁଳରେ ୩୦ , ଖୋର୍ଦ୍ଧାରେ ୧୯୫, ଦେବଗଡ଼ରେ ୩୩ , ଭଦ୍ରକରେ ୧୩୨, ନୟାଗଡ଼ରେ ୭୬, ଜଗତସିଂହପୁରରେ ୮୬, ନୂଆପଡ଼ାରେ ୬୦, ବଲାଙ୍ଗୀରରେ ୧୦୨, ବୌଦ୍ଧରେ ୩୪, କେନ୍ଦୁଝରରେ ୩୦, ମାଲକାନଗିରିରେ ୨୧, ମୟୂରଭଞ୍ଜରେ ୩୫, କଳାହାଣ୍ଡିରେ ୨୨, କନ୍ଧମାଳରେ ୨୨, ଗଜପତିରେ ୪୪, କୋରାପୁଟରେ ୮, ଢେଙ୍କାନାଳରେ ୩୧, ଝାରସୁଗୁଡ଼ାରେ ୭, ସମ୍ବଲପୁରରେ ୧୬ରେ ପହଞ୍ଚିଛି।

ଅପରପକ୍ଷରେ ବରଗଡ଼ରେ ୧୨ରେ, ସୁବର୍ଣ୍ଣପୁର ଜିଲ୍ଲାରେ୨୫  ନବରଙ୍ଗପୁରରେ ୨ ଓ ରାୟଗଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୫୩ରେ ପହଞ୍ଚିଛି। ତେବେ ୧୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର