ଗଜପତିରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ ମୋଟ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି 

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବହୁ ପଛ‌ରେ ସଂକ୍ରମଣର କବଳିତ ହୋଇଥିବା ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି।

ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। କୋଲକାତାରେ ଅମ୍ଫାନ କାମରୁ ଫେରିଥିବା ୧୬ ଅଗ୍ନିଶମ କର୍ମଚାରୀ ବି ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି।

ଆଜି ୧୫ଟି ଜିଲ୍ଲାରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୯୮, କଟକ ଜିଲ୍ଲାରେ ୩୪୩, ଯାଜପୁରରେ ୩୪୧ , ବାଲେଶ୍ବରରେ ୨୧୬, ପୁରୀରେ ୧୭୦, କେନ୍ଦ୍ରାପଡ଼ାରେ ୧୮୫, ଅନୁଗୁଳରେ ୪୮, ଖୋର୍ଦ୍ଧାରେ ୩୬୯, ଦେବଗଡ଼ରେ ୫୦ , ଭଦ୍ରକରେ ୧୭୭, ନୟାଗଡ଼ରେ ୧୧୨, ଜଗତସିଂହପୁରରେ ୧୫୮, ସୁନ୍ଦରଗଡ଼ରେ ୧୩୨, ନୂଆପଡ଼ାରେ ୭୪, ବଲାଙ୍ଗୀରରେ ୧୪୪, ବୌଦ୍ଧରେ ୩୮, କେନ୍ଦୁଝରରେ ୭୫, ମାଲକାନଗିରିରେ ୪୭, ମୟୂରଭଞ୍ଜରେ ୧୨୧, କଳାହାଣ୍ଡିରେ ୫୮, କନ୍ଧମାଳରେ ୧୩୭, ଗଜପତିରେ ୧୦୬, କୋରାପୁଟରେ୧୭, ଢେଙ୍କାନାଳରେ ୫୨, ଝାରସୁଗୁଡ଼ାରେ ୧୮ ଓ ସମ୍ବଲପୁରରେ ୨୪ ରହିଛି ।

ଅପରପକ୍ଷରେ ବରଗଡ଼ରେ ୩୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୧ ଏବଂ ନବରଙ୍ଗପୁର ଜିଲ୍ଲାରେ୨ଜଣ ଓ ରାୟଗଡ଼ା ଜିଲ୍ଲାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

ଏବେ ରାଜ୍ୟରେ ମୋଟ୍ ୨୮୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୫ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର