ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୯୬, ଖୋର୍ଦ୍ଧାରେ ୪୧୨, କଟକରେ ୩୬୬, ଯାଜପୁରରେ ୩୫୮, ବାଲେଶ୍ବରରେ ୨୭୭, ପୁରୀରେ ୨୧୧, କେନ୍ଦ୍ରାପଡ଼ାରେ ୧୯୩, ଗଜପତିରେ ୧୯୧, ଭଦ୍ରକ ଜିଲ୍ଲାରେ ୧୮୦, ଜଗତସିଂହପୁର ଜିଲ୍ଲାରେ ୧୭୫,  ବଲାଙ୍ଗୀରରେ ୧୫୦, କନ୍ଧମାଳରେ୧୪୭, ସୁନ୍ଦରଗଡ଼ରେ ୧୪୬, ମୟୂରଭଞ୍ଜରେ ୧୨୯, ନୟାଗଡ଼ରେ ୧୧୩, କେନ୍ଦୁଝରରେ ୮୦, ନୂଆପଡ଼ାରେ ୭୯, କଳାହାଣ୍ଡିରେ ୬୪, ଢେଙ୍କାନାଳରେ ୫୨, ବରଗଡ଼ ଜିଲ୍ଲାରେ ୫୦, ମାଲକାନଗିରିରେ ୪୯, ଅନୁଗୁଳରେ ୪୯, ଦେବଗଡ଼ରେ ୪୦ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୧, ସମ୍ବଲପୁରରେ ୨୪, କୋରାପୁଟରେ୨୪, ଝାରସୁଗୁଡ଼ାରେ ୨୧, ରାୟଗଡ଼ା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୧୨ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୩୧୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୯ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର