ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।
ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୩୩, ଖୋର୍ଦ୍ଧାରେ ୬୬୨, କଟକରେ ୪୮୭, ଯାଜପୁରରେ ୩୮୭, ବାଲେଶ୍ବରରେ ୩୮୦, ପୁରୀରେ ୨୧୫, କେନ୍ଦ୍ରାପଡ଼ାରେ ୨୨୦, ଗଜପତିରେ୨୭୯, ଭଦ୍ରକ ଜିଲ୍ଲାରେ ୨୦୦, ଜଗତସିଂହପୁର ଜିଲ୍ଲାରେ ୨୨୮, , ବଲାଙ୍ଗୀରରେ ୧୫୩, କନ୍ଧମାଳରେ୧୫୯, ସୁନ୍ଦରଗଡ଼ରେ ୧୬୩, ମୟୂରଭଞ୍ଜରେ ୧୫୯, ନୟାଗଡ଼ରେ ୧୩୧, କେନ୍ଦୁଝରରେ ୧୦୦, ନୂଆପଡ଼ାରେ ୭୯, କଳାହାଣ୍ଡିରେ ୭୦, ଢେଙ୍କାନାଳରେ ୬୬, ବରଗଡ଼ ଜିଲ୍ଲାରେ ୬୮, ମାଲକାନଗିରିରେ ୫୩, ଅନୁଗୁଳରେ ୫୬, ଦେବଗଡ଼ରେ ୪୧ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୫, ସମ୍ବଲପୁରରେ ୩୧, କୋରାପୁଟରେ୨୫, ଝାରସୁଗୁଡ଼ାରେ ୫୩, ରାୟଗଡ଼ା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୩ରେ ପହଞ୍ଚିଛି।
ଏବେ ରାଜ୍ୟରେ ମୋଟ୍ ୩୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୩ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।