କଟକ ପାର୍ କଲା ୭୦୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ରେକର୍ଡସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୨୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।

ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮୫୦, ଖୋର୍ଦ୍ଧାରେ ୮୯୪, କଟକରେ ୭୦୨, ଗଜପତିରେ ୪୪୨, ଯାଜପୁରରେ ୫୪୦, ବାଲେଶ୍ବରରେ ୩୭୭, ଜଗତସିଂହପୁର ଜିଲ୍ଲାରେ ୩୦୫, ପୁରୀରେ ୨୭୩, କେନ୍ଦ୍ରାପଡ଼ାରେ ୨୫୩, ଭଦ୍ରକ ଜିଲ୍ଲାରେ ୨୩୩, ସୁନ୍ଦରଗଡ଼ରେ ୨୨୦, ବଲାଙ୍ଗୀରରେ ୨୧୩, କନ୍ଧମାଳରେ୧୭୮, ମୟୂରଭଞ୍ଜରେ ୨୦୮, ନୟାଗଡ଼ରେ ୧୪୪, କେନ୍ଦୁଝରରେ ୧୫୨, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୦୩, ଢେଙ୍କାନାଳରେ ୮୦, କଳାହାଣ୍ଡିରେ ୭୧, ବରଗଡ଼ ଜିଲ୍ଲାରେ ୯୭, ଅନୁଗୁଳରେ ୬୯, ମାଲକାନଗିରିରେ ୯୬, ସମ୍ବଲପୁରରେ ୫୪, ଦେବଗଡ଼ରେ ୫୭, ବୌଦ୍ଧରେ ୪୨, ସୁବର୍ଣ୍ଣପୁର ଜିଲ୍ଲାରେ ୩୭, କୋରାପୁଟରେ ୫୨, ରାୟଗଡ଼ା ଜିଲ୍ଲାରେ ୩୯ ଓ ନବରଙ୍ଗପୁର ଜିଲ୍ଲାରେ ୪୨ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୫୫୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି। ଅପରପକ୍ଷରେ ୨୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୮ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର