ହଜାରେ ଟପିଲା ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ସୂଚନା ଦିଆଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୨୧ ଥିବା ବେଳେ ଖୋର୍ଦ୍ଧାରେ ୧୦୨୯, କଟକରେ ୮୫୫, ଗଜପତିରେ ୫୧୮, ଯାଜପୁରରେ ୬୩୯, ବାଲେଶ୍ବରରେ ୪୪୦, ଜଗତସିଂହପୁର ଜିଲ୍ଲାରେ ୩୫୭, ପୁରୀରେ ୩୦୬, କେନ୍ଦ୍ରାପଡ଼ାରେ ୨୭୭, ଭଦ୍ରକ ଜିଲ୍ଲାରେ ୨୭୪, ସୁନ୍ଦରଗଡ଼ରେ ୩୯୩, ବଲାଙ୍ଗୀରରେ ୨୨୭, କନ୍ଧମାଳରେ୧୯୦, ମୟୂରଭଞ୍ଜରେ ୨୮୧, ନୟାଗଡ଼ରେ ୧୯୩, କେନ୍ଦୁଝରରେ ୧୯୧, ନୂଆପଡ଼ାରେ ୮୨, ଝାରସୁଗୁଡ଼ାରେ ୧୨୯, ଢେଙ୍କାନାଳରେ ୮୬, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୬, ଅନୁଗୁଳରେ ୧୧୧, ମାଲକାନଗିରିରେ ୧୧୨, ସମ୍ବଲପୁରରେ ୧୦୪, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୩୯, କୋରାପୁଟରେ ୬୭, ରାୟଗଡ଼ା ଜିଲ୍ଲାରେ ୧୩୮ ଓ ନବରଙ୍ଗପୁର ଜିଲ୍ଲାରେ ୮୬ରେ ପହଞ୍ଚିଛି ।

ଏବେ ରାଜ୍ୟରେ ମୋଟ୍ ୬୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୭ ରହିଛି। ଅପରପକ୍ଷରେ୪୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୧୨ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର