ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୮୩୬, ଖୋର୍ଦ୍ଧାରେ ୧୦୭୯, କଟକରେ ୮୭୨, ଗଜପତିରେ ୫୨୧, ଯାଜପୁରରେ ୬୬୪, ବାଲେଶ୍ବରରେ ୪୬୬, ଜଗତସିଂହପୁର ଜିଲ୍ଲାରେ ୩୬୧, ପୁରୀରେ ୩୨୨, କେନ୍ଦ୍ରାପଡ଼ାରେ ୨୮୨, ଭଦ୍ରକ ଜିଲ୍ଲାରେ ୨୭୬, ସୁନ୍ଦରଗଡ଼ରେ ୪୭୧, ବଲାଙ୍ଗୀରରେ ୨୪୮, କନ୍ଧମାଳରେ୧୯୦, ମୟୂରଭଞ୍ଜରେ ୨୯୧, ନୟାଗଡ଼ରେ ୨୧୧, କେନ୍ଦୁଝରରେ ୧୯୮, ନୂଆପଡ଼ାରେ ୮୬, ଝାରସୁଗୁଡ଼ାରେ ୧୩୩, ଢେଙ୍କାନାଳରେ ୮୭, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୭, ଅନୁଗୁଳରେ ୧୧୨, ମାଲକାନଗିରିରେ ୧୧୫, ସମ୍ବଲପୁରରେ ୧୦୫, ଦେବଗଡ଼ରେ ୬୨, ବୌଦ୍ଧରେ ୪୫, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୭୩, ରାୟଗଡ଼ା ଜିଲ୍ଲାରେ ୧୩୯ ଓ ନବରଙ୍ଗପୁର ଜିଲ୍ଲାରେ ୮୯ରେ ପହଞ୍ଚିଛି।
ସୂଚନାଯୋଗ୍ୟ ,ଏବେ ରାଜ୍ୟରେ ମୋଟ୍ ୬୭୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୬୦ ରହିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ଏବଂ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp