୫ଶହ ଟପିଲା ସୁନ୍ଦରଗଡ଼, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୭ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଆଜି ୨୨ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୦୯୬ ଥିବା ବେଳେ ଖୋର୍ଦ୍ଧାରେ ୧୧୩୫, କଟକରେ ୮୮୬, ଗଜପତିରେ ୫୩୮, ଯାଜପୁରରେ ୬୭୩, ବାଲେଶ୍ବରରେ ୪୯୬, ଜଗତସିଂହପୁର ଜିଲ୍ଲାରେ ୩୬୮, ପୁରୀରେ ୩୨୩, କେନ୍ଦ୍ରାପଡ଼ାରେ ୨୮୫, ଭଦ୍ରକ ଜିଲ୍ଲାରେ ୨୭୮, ସୁନ୍ଦରଗଡ଼ରେ ୫୫୪, ବଲାଙ୍ଗୀରରେ ୨୪୮, କନ୍ଧମାଳରେ୧୯୧, ମୟୂରଭଞ୍ଜରେ ୩୦୧, ନୟାଗଡ଼ରେ ୨୧୨, କେନ୍ଦୁଝରରେ ୨୪୬, ନୂଆପଡ଼ାରେ ୮୬, ଝାରସୁଗୁଡ଼ାରେ ୧୩୪, ଢେଙ୍କାନାଳରେ ୮୭, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୭, ଅନୁଗୁଳରେ ୧୧୯, ମାଲକାନଗିରିରେ ୧୧୬, ସମ୍ବଲପୁରରେ ୧୦୮, ଦେବଗଡ଼ରେ ୬୨, ବୌଦ୍ଧରେ ୫୦, ସୁବର୍ଣ୍ଣପୁର ଜିଲ୍ଲାର୪୪, କୋରାପୁଟରେ ୭୯, ରାୟଗଡ଼ା ଜିଲ୍ଲାରେ ୧୩୯ ଓ ନବରଙ୍ଗପୁର ଜିଲ୍ଲାରେ ୮୯ରେ ପହଞ୍ଚିଛି ।

ଏବେ ରାଜ୍ୟରେ ମୋଟ୍ ୭୦୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୮ ରହିଛି। ଅପରପକ୍ଷରେ ୫୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୧୫ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର