୫ ଶହ ଟପିଲା ବାଲେଶ୍ବର, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୫୦୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪୧୬ ଥିବା ବେଳେ ଖୋର୍ଦ୍ଧାରେ ୧୧୯୪, କଟକରେ ୯୪୧, ଗଜପତିରେ ୫୬୮, ଯାଜପୁରରେ ୭୫୯, ବାଲେଶ୍ବରରେ ୫୦୫, ଜଗତସିଂହପୁର ଜିଲ୍ଲାରେ ୩୭୩, ପୁରୀରେ ୩୩୮, କେନ୍ଦ୍ରାପଡ଼ାରେ ୨୯୦, ଭଦ୍ରକ ଜିଲ୍ଲାରେ ୨୮୦, ସୁନ୍ଦରଗଡ଼ରେ ୬୧୬, ବଲାଙ୍ଗୀରରେ ୨୬୦, କନ୍ଧମାଳରେ୧୯୩, ମୟୂରଭଞ୍ଜରେ ୩୧୭, ନୟାଗଡ଼ରେ ୨୨୮, କେନ୍ଦୁଝରରେ ୨୭୮, ନୂଆପଡ଼ାରେ ୮୬, ଝାରସୁଗୁଡ଼ାରେ ୧୩୪, ଢେଙ୍କାନାଳରେ ୯୫, କଳାହାଣ୍ଡିରେ ୭୯, ବରଗଡ଼ ଜିଲ୍ଲାରେ ୧୬୮, ଅନୁଗୁଳରେ ୧୨୨, ମାଲକାନଗିରିରେ ୧୩୪, ସମ୍ବଲପୁରରେ ୧୦୮, ଦେବଗଡ଼ରେ ୬୬, ବୌଦ୍ଧରେ ୫୦, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୮୪, ରାୟଗଡ଼ା ଜିଲ୍ଲାରେ ୧୪୧ ଓ ନବରଙ୍ଗପୁର ଜିଲ୍ଲାରେ ୮୯ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।
ଏଣେ ରାଜ୍ୟରେ ମୋଟ୍ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୭୬ ରହିଛି।

ଅପରପକ୍ଷରେ ୫୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୧୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର