ଭୁବନେଶ୍ବର: ଆଜି ରାଜ୍ୟରେ ୫୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୮୬୪ ଥିବା ବେଳେ ଖୋର୍ଦ୍ଧାରେ ୧୩୦୭, କଟକରେ ୯୯୮, ଗଜପତିରେ ୬୧୩, ଯାଜପୁରରେ ୮୯୬, ବାଲେଶ୍ବରରେ ୫୧୯, ଜଗତସିଂହପୁର ଜିଲ୍ଲାରେ ୩୯୪, ପୁରୀରେ ୩୬୩, କେନ୍ଦ୍ରାପଡ଼ାରେ ୨୯୮, ଭଦ୍ରକ ଜିଲ୍ଲାରେ ୨୯୩, ସୁନ୍ଦରଗଡ଼ରେ ୬୬୮, ବଲାଙ୍ଗୀରରେ ୨୬୧, କନ୍ଧମାଳରେ୧୯୩, ମୟୂରଭଞ୍ଜରେ ୩୪୧, ନୟାଗଡ଼ରେ ୨୭୦, କେନ୍ଦୁଝରରେ ୨୯୫, ନୂଆପଡ଼ାରେ ୮୬, ଝାରସୁଗୁଡ଼ାରେ ୧୬୫, ଢେଙ୍କାନାଳରେ ୯୫, କଳାହାଣ୍ଡିରେ ୮୩, ବରଗଡ଼ ଜିଲ୍ଲାରେ ୧୭୧, ଅନୁଗୁଳରେ ୧୩୩, ମାଲକାନଗିରିରେ ୧୭୦, ସମ୍ବଲପୁରରେ ୧୧୩, ଦେବଗଡ଼ରେ ୬୬, ବୌଦ୍ଧରେ ୫୩, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୧୩୯, ରାୟଗଡ଼ା ଜିଲ୍ଲାରେ ୧୪୧ଓ ନବରଙ୍ଗପୁର ଜିଲ୍ଲାରେ ୮୯ରେ ପହଞ୍ଚିଛି ।
/sambad/media/post_attachments/wp-content/uploads/2020/07/corona-long-island-press-6.jpg)
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୮୩୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ସେହିପରି ଅନ୍ୟାନ୍ୟ ରୋଗରେ ପୀଡ଼ିତ ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।