ନୂଆପଡ଼ାରେ ଶହେ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ  ଅନ୍ୟସବୁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି 

ଭୁବନେଶ୍ବର: ଆଜି ରାଜ୍ୟରେ ୪୯୪ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୨୨ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୮୬୭ ଥିବା ବେଳେ ଖୋର୍ଦ୍ଧାରେ ୧୫୯୪, କଟକରେ ୧୧୧୪, ଗଜପତିରେ ୬୪୩, ଯାଜପୁରରେ ୯୩୪, ବାଲେଶ୍ବରରେ ୬୩୬, ଜଗତସିଂହପୁର ଜିଲ୍ଲାରେ ୪୫୪, ପୁରୀରେ ୩୮୩, କେନ୍ଦ୍ରାପଡ଼ାରେ ୩୨୯, ଭଦ୍ରକ ଜିଲ୍ଲାରେ ୩୦୪, ସୁନ୍ଦରଗଡ଼ରେ ୭୫୦, ବଲାଙ୍ଗୀରରେ ୨୭୩, କନ୍ଧମାଳରେ୧୯୯, ମୟୂରଭଞ୍ଜରେ ୪୧୧, ନୟାଗଡ଼ରେ ୩୦୨, କେନ୍ଦୁଝରରେ ୩୫୫, ନୂଆପଡ଼ାରେ ୧୦୦, ଝାରସୁଗୁଡ଼ାରେ ୧୮୩,  କଳାହାଣ୍ଡିରେ ୮୫, ବରଗଡ଼ ଜିଲ୍ଲାରେ ୨୦୫, ଅନୁଗୁଳରେ ୧୫୬, ମାଲକାନଗିରିରେ ୨୧୨, ସମ୍ବଲପୁରରେ ୧୨୯, ଦେବଗଡ଼ରେ ୬୬, ବୌଦ୍ଧରେ ୬୪, ଢେଙ୍କାନାଳ ଜିଲ୍ଲାରେ ୧୦୬, ସୁବର୍ଣ୍ଣପୁର ଜିଲ୍ଲାରେ ୪୪, କୋରାପୁଟରେ ୧୯୪, ରାୟଗଡ଼ା ଜିଲ୍ଲାରେ ୧୬୭ ଓ ନବରଙ୍ଗପୁର ଜିଲ୍ଲାରେ ୧୩୩ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୦, ୪୭୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୧୩ ରହିଛି। ଏଣେ ଏଯାବତ୍ କରୋନାରେ ୭୯ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର