ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୨୮୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ଓଡ଼ିଶାରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।

ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୨୮୦ ଥିବା ବେଳେ ଖୋର୍ଦ୍ଧାରେ ୧୮୬୫, କଟକରେ ୧୧୮୪, ଗଜପତିରେ ୬୬୪, ଯାଜପୁରରେ ୯୫୩, ବାଲେଶ୍ବରରେ ୬୫୮, ଜଗତସିଂହପୁର ଜିଲ୍ଲାରେ ୪୯୨, ପୁରୀରେ ୩୯୮, କେନ୍ଦ୍ରାପଡ଼ାରେ ୩୪୧, ଭଦ୍ରକ ଜିଲ୍ଲାରେ ୩୧୭, ସୁନ୍ଦରଗଡ଼ରେ ୭୭୮, ବଲାଙ୍ଗୀରରେ ୨୮୨, କନ୍ଧମାଳରେ୨୦୬, ମୟୂରଭଞ୍ଜରେ ୪୫୫, ନୟାଗଡ଼ରେ ୩୨୬, କେନ୍ଦୁଝରରେ ୩୮୯, ନୂଆପଡ଼ାରେ ୧୦୦, ଝାରସୁଗୁଡ଼ାରେ ୨୧୨, କଳାହାଣ୍ଡିରେ ୮୫, ବରଗଡ଼ ଜିଲ୍ଲାରେ ୨୪୪, ଅନୁଗୁଳରେ ୧୬୬, ମାଲକାନଗିରିରେ ୨୭୪, ସମ୍ବଲପୁରରେ ୧୫୬, ଦେବଗଡ଼ରେ ୬୯, ବୌଦ୍ଧରେ ୬୯, ଢେଙ୍କାନାଳ ଜିଲ୍ଲାରେ ୧୨୧, ସୁବର୍ଣ୍ଣପୁର ଜିଲ୍ଲାରେ ୪୯, କୋରାପୁଟରେ ୨୨୫, ରାୟଗଡ଼ା ଜିଲ୍ଲାରେ ୧୮୭ ଓ ନବରଙ୍ଗପୁର ଜିଲ୍ଲାରେ ୧୫୬ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୫୯ ରହିଛି। ଏଣେ ଏଯାବତ୍ କରୋନାରେ ୮୬ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର