୧୨ଶହ ଟପିଲା କଟକ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା, କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୫୨୭ ଥିବା ବେଳେ ଖୋର୍ଦ୍ଧାରେ ୧୯୭୨, କଟକରେ ୧୨୧୧, ଗଜପତିରେ ୭୦୩, ଯାଜପୁରରେ ୯୯୩, ବାଲେଶ୍ବରରେ ୬୯୧, ଜଗତସିଂହପୁର ଜିଲ୍ଲାରେ ୫୩୨, ପୁରୀରେ ୪୧୨, କେନ୍ଦ୍ରାପଡ଼ାରେ ୩୪୮, ଭଦ୍ରକ ଜିଲ୍ଲାରେ ୩୨୨, ସୁନ୍ଦରଗଡ଼ରେ ୭୯୫, ବଲାଙ୍ଗୀରରେ ୨୮୬, କନ୍ଧମାଳରେ ୨୦୬, ମୟୂରଭଞ୍ଜରେ ୪୬୭, ନୟାଗଡ଼ରେ ୩୩୬, କେନ୍ଦୁଝରରେ ୩୯୦, ନୂଆପଡ଼ାରେ ୧୦୦, ଝାରସୁଗୁଡ଼ାରେ ୨୧୨, ଢେଙ୍କାନାଳରେ ୧୨୨, କଳାହାଣ୍ଡିରେ ୮୭, ବରଗଡ଼ ଜିଲ୍ଲାରେ ୨୪୭, ଅନୁଗୁଳରେ ୧୮୮, ମାଲକାନଗିରିରେ ୨୯୨, ସମ୍ବଲପୁରରେ ୧୮୧, ଦେବଗଡ଼ରେ ୬୯, ବୌଦ୍ଧରେ ୭୭, ସୁବର୍ଣ୍ଣପୁର ଜିଲ୍ଲାରେ ୪୯, କୋରାପୁଟରେ ୨୭୦, ରାୟଗଡ଼ା ଜିଲ୍ଲାରେ ୧୯୫ ଓ ନବରଙ୍ଗପୁର ଜିଲ୍ଲାରେ ୧୫୭ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୧, ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮୧ ରହିଛି।

ସମ୍ବନ୍ଧିତ ଖବର