ଖୋର୍ଦ୍ଧାରେ୨ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏଯାବତ୍  କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୭୬୬ ଥିବା ବେଳେ ଖୋର୍ଦ୍ଧାରେ ୨୦୩୦, କଟକରେ ୧୨୪୩, ଗଜପତିରେ ୭୧୮, ଯାଜପୁରରେ ୧୦୨୧, ବାଲେଶ୍ବରରେ ୭୦୪, ଜଗତସିଂହପୁର ଜିଲ୍ଲାରେ ୫୬୮, ପୁରୀରେ ୪୧୬, କେନ୍ଦ୍ରାପଡ଼ାରେ ୩୫୨, ଭଦ୍ରକ ଜିଲ୍ଲାରେ ୩୮୦, ସୁନ୍ଦରଗଡ଼ରେ ୮୦୬, ବଲାଙ୍ଗୀରରେ ୨୮୬, କନ୍ଧମାଳରେ ୨୫୦, ମୟୂରଭଞ୍ଜରେ ୪୬୮, ନୟାଗଡ଼ରେ ୩୪୦, କେନ୍ଦୁଝରରେ ୪୧୪, ନୂଆପଡ଼ାରେ ୧୦୦, ଝାରସୁଗୁଡ଼ାରେ ୨୨୬, ଢେଙ୍କାନାଳରେ ୧୩୨, କଳାହାଣ୍ଡିରେ ୮୭, ବରଗଡ଼ ଜିଲ୍ଲାରେ ୨୬୯, ଅନୁଗୁଳରେ ୧୯୨, ମାଲକାନଗିରିରେ ୨୯୬, ସମ୍ବଲପୁରରେ ୧୮୪, ଦେବଗଡ଼ରେ ୬୯, ବୌଦ୍ଧରେ ୭୭, ସୁବର୍ଣ୍ଣପୁର ଜିଲ୍ଲାରେ ୫୩, କୋରାପୁଟରେ ୩୧୧, ରାୟଗଡ଼ା ଜିଲ୍ଲାରେ ୧୯୫ ଓ ନବରଙ୍ଗପୁର ଜିଲ୍ଲାରେ ୧୫୭ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୩୩ ରହିଛି। ଏଣେ ଆଜି ୬ ଜଣଙ୍କର ମୃତ୍ୟୁ ହେବା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର