୧୩ଶହ ଟପିଲା କଟକରେ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯୯୧ ଥିବା ବେଳେ ଖୋର୍ଦ୍ଧାରେ ୨୦୯୮, କଟକରେ ୧୩୨୭, ଗଜପତିରେ ୭୧୮, ଯାଜପୁରରେ ୧୦୨୩, ବାଲେଶ୍ବରରେ ୭୪୪, ଜଗତସିଂହପୁର ଜିଲ୍ଲାରେ ୫୭୫, ପୁରୀରେ ୪୧୬, କେନ୍ଦ୍ରାପଡ଼ାରେ ୩୬୫, ଭଦ୍ରକ ଜିଲ୍ଲାରେ ୩୯୨, ସୁନ୍ଦରଗଡ଼ରେ ୮୨୮, ବଲାଙ୍ଗୀରରେ ୨୯୧, କନ୍ଧମାଳରେ ୨୫୫, ମୟୂରଭଞ୍ଜରେ ୪୭୧, ନୟାଗଡ଼ରେ ୩୪୪, କେନ୍ଦୁଝରରେ ୪୨୨, ନୂଆପଡ଼ାରେ ୧୦୦, ଝାରସୁଗୁଡ଼ାରେ ୨୨୬, ଢେଙ୍କାନାଳରେ ୧୨୧, କଳାହାଣ୍ଡିରେ ୮୭, ବରଗଡ଼ ଜିଲ୍ଲାରେ ୨୭୩, ଅନୁଗୁଳରେ ୨୨୯, ମାଲକାନଗିରିରେ ୩୦୬, ସମ୍ବଲପୁରରେ ୧୯୪, ଦେବଗଡ଼ରେ ୬୯, ବୌଦ୍ଧରେ ୭୭, ସୁବର୍ଣ୍ଣପୁର ଜିଲ୍ଲାରେ ୫୪, କୋରାପୁଟରେ ୩୩୯, ରାୟଗଡ଼ା ଜିଲ୍ଲାରେ ୨୪୨ ଓ ନବରଙ୍ଗପୁର ଜିଲ୍ଲାରେ ୧୫୯ରେ ପହଞ୍ଚିଛି।
ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୭୧୫ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର