ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୬୯୦୨, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪୧୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୬୯୦୨ ଥିବା ବେଳେ ଖୋର୍ଦ୍ଧାରେ ୨୩୫୬, କଟକରେ ୧୪୩୧, ଗଜପତିରେ ୮୧୬, ଯାଜପୁରରେ ୧୦୬୦, ବାଲେଶ୍ବରରେ ୭୬୩, ଜଗତସିଂହପୁର ଜିଲ୍ଲାରେ ୬୧୪, ପୁରୀରେ ୪୬୬, କେନ୍ଦ୍ରାପଡ଼ାରେ ୩୯୭, ଭଦ୍ରକ ଜିଲ୍ଲାରେ ୪୨୩, ସୁନ୍ଦରଗଡ଼ରେ ୯୧୭, ବଲାଙ୍ଗୀରରେ ୨୯୮, କନ୍ଧମାଳରେ ୨୯୭, ମୟୂରଭଞ୍ଜରେ ୪୯୯, ନୟାଗଡ଼ରେ ୪୧୦, କେନ୍ଦୁଝରରେ ୪୬୩, ନୂଆପଡ଼ାରେ ୧୦୧, ଝାରସୁଗୁଡ଼ାରେ ୨୬୩, ଢେଙ୍କାନାଳରେ ୧୫୦, କଳାହାଣ୍ଡିରେ ୧୦୯, ବରଗଡ଼ ଜିଲ୍ଲାରେ ୩୨୩, ଅନୁଗୁଳରେ ୨୩୭, ମାଲକାନଗିରିରେ ୩୭୨, ସମ୍ବଲପୁରରେ ୨୩୪, ଦେବଗଡ଼ରେ ୬୯, ବୌଦ୍ଧରେ ୮୨, ସୁବର୍ଣ୍ଣପୁର ଜିଲ୍ଲାରେ ୬୪, କୋରାପୁଟରେ ୩୮୧, ରାୟଗଡ଼ା ଜିଲ୍ଲାରେ ୪୨୨ ଓ ନବରଙ୍ଗପୁର ଜିଲ୍ଲାରେ ୧୮୦ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୩,୭୪୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୦୫ ରହିଛି। ଏଣେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର