ଭୁବନେଶ୍ବର: ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

publive-image
ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୯୪ ଥିବା ବେଳେ ଖୋର୍ଦ୍ଧାରେ ୨୮୫୦, କଟକରେ ୧୬୧୪, ଗଜପତିରେ ୯୦୯, ଯାଜପୁରରେ ୧୦୮୮, ବାଲେଶ୍ବରରେ ୮୦୮, ଜଗତସିଂହପୁର ଜିଲ୍ଲାରେ ୬୨୦, ପୁରୀରେ ୫୮୬, କେନ୍ଦ୍ରାପଡ଼ାରେ ୪୦୭, ଭଦ୍ରକ ଜିଲ୍ଲାରେ ୫୧୧, ସୁନ୍ଦରଗଡ଼ରେ ୧୦୨୦, ବଲାଙ୍ଗୀରରେ ୩୧୩, କନ୍ଧମାଳରେ ୩୫୩, ମୟୂରଭଞ୍ଜରେ ୫୩୧, ନୟାଗଡ଼ରେ ୪୫୮, କେନ୍ଦୁଝରରେ ୫୦୭, ନୂଆପଡ଼ାରେ ୧୦୬, ଝାରସୁଗୁଡ଼ାରେ ୨୭୩, ଢେଙ୍କାନାଳରେ ୧୫୨, କଳାହାଣ୍ଡିରେ ୧୧୧, ବରଗଡ଼ ଜିଲ୍ଲାରେ ୩୪୫, ଅନୁଗୁଳରେ ୨୫୩, ମାଲକାନଗିରିରେ ୩୮୧, ସମ୍ବଲପୁରରେ ୨୪୭, ଦେବଗଡ଼ରେ ୭୦, ବୌଦ୍ଧରେ୧୨୩, ସୁବର୍ଣ୍ଣପୁର ଜିଲ୍ଲାରେ ୬୯, କୋରାପୁଟରେ ୪୪୪, ରାୟଗଡ଼ା ଜିଲ୍ଲାରେ ୪୮୭ ଓ ନବରଙ୍ଗପୁର ଜିଲ୍ଲାରେ ୧୮୩ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୫,୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।