ବଲାଙ୍ଗିରରେ ୪୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏବେ ସୁଦ୍ଧା କେଉଁ ଜିଲ୍ଲାରେ କେ‌ତେ ସଂକ୍ରମିତ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଅନୁଗୁଳରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦, ବାଲେଶ୍ବରରୁ ୯୧୪, ବରଗଡ଼ରୁ ୩୯୦, ଭଦ୍ରକରୁ ୫୫୨, ବଲାଙ୍ଗିରରୁ ୪୦୦, ବୈଦ୍ଧରୁ ୧୩୪, କଟକରୁ ୧୯୪୬, ଦେଓଗଡ଼ରୁ ୮୪, ଢେଙ୍କାନାଳରୁ ୨୦୧, ଗଜପତିରୁ ୧୨୩୩, ଗଞ୍ଜାମରୁ ୯୭୪୬, ଜଗତ୍‌ସିଂହପୁରରୁ ୬୮୭, ଯାଜପୁରରୁ ୧୧୭୯, ଝାରସୁଗୁଡ଼ାରୁ ୩୦୩, କଳାହାଣ୍ଡିରୁ ୧୫୯, କନ୍ଧମାଳରୁ ୪୬୩, କେନ୍ଦ୍ରାପଡ଼ାରୁ ୪୪୯, କେନ୍ଦୁଝରରୁ ୭୩୦, ଖୋଦ୍ଧାରୁ ୩,୭୬୬, କୋରାପୁଟରୁ ୬୨୪, ମାଲକାନଗିରିରୁ ୪୪୫, ମୟୂରଭଞ୍ଜରୁ ୬୨୩, ନବରଙ୍ଗପୁରରୁ ୨୩୨, ନୟାଗଡ଼ରୁ ୫୩୨, ନୂଆପଡ଼ାରୁ ୧୨୯, ପୁରୀରୁ ୭୦୮, ରାୟାଗଡ଼ରୁ ୬୪୮, ସମ୍ବଲପୁରରୁ ୩୦୨, ସୁବର୍ଣ୍ଣପୁରରୁ ୮୨ ଓ ସୁନ୍ଦରଗଡ଼ରୁ ୧,୨୨୪ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୧୮,୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୯୧୯ ରହିଛି। ଏଣେ ଓଡ଼ିଶାରେ ୧୫୯ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।

ସମ୍ବନ୍ଧିତ ଖବର