୧ ହଜାର ଛୁଇଁଲା ବାଲେଶ୍ବର, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬୦୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୯୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୬୭୨ ଥିବା ବେଳେ ଖୋର୍ଦ୍ଧାରେ ୪୪୮୫, କଟକରେ ୨୧୨୫, ଗଜପତିରେ ୧୫୧୦, ଯାଜପୁରରେ ୧୨୮୮, ବାଲେଶ୍ବରରେ ୧୦୦୦, ଜଗତସିଂହପୁର ଜିଲ୍ଲାରେ ୭୨୯, ପୁରୀରେ ୮୦୩, କେନ୍ଦ୍ରାପଡ଼ାରେ ୪୯୨, ଭଦ୍ରକ ଜିଲ୍ଲାରେ ୬୨୬, ସୁନ୍ଦରଗଡ଼ରେ ୧୪୩୫, ବଲାଙ୍ଗୀରରେ ୪୬୩, କନ୍ଧମାଳରେ ୫୭୨, ମୟୂରଭଞ୍ଜରେ ୬୯୧, ନୟାଗଡ଼ରେ ୬୫୬, କେନ୍ଦୁଝରରେ ୭୮୮, ନୂଆପଡ଼ାରେ ୧୪୩, ଝାରସୁଗୁଡ଼ାରେ ୩୧୭, ଢେଙ୍କାନାଳରେ ୩୪୫, କଳାହାଣ୍ଡିରେ ୨୩୭, ବରଗଡ଼ ଜିଲ୍ଲାରେ ୪୨୫, ଅନୁଗୁଳରେ ୩୪୫, ମାଲକାନଗିରିରେ ୫୬୬, ସମ୍ବଲପୁରରେ ୪୩୭, ଦେବଗଡ଼ରେ ୯୪, ବୌଦ୍ଧରେ ୧୪୬, ସୁବର୍ଣ୍ଣପୁର ଜିଲ୍ଲାରେ ୯୭, କୋରାପୁଟରେ ୮୧୭, ରାୟଗଡ଼ା ଜିଲ୍ଲାରେ ୮୯୭ ଓ ନବରଙ୍ଗପୁର ଜିଲ୍ଲାରେ ୨୭୮ରେ ପହଞ୍ଚିଛି।

image source–long island press

ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୬ ରହିଛି। ଏଣେ ଆଜି କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର