ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାର ଟପିଲା, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୩ ଓ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭କୁ ବୃଦ୍ଧି ପାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨,୦୮୦ ଥିବା ବେଳେ ଖୋର୍ଦ୍ଧାରେ ୫,୫୩୧, କଟକରେ ୨,୭୩୧, ଗଜପତିରେ ୧,୮୩୪, ଯାଜପୁରରେ ୧,୪୬୭, ବାଲେଶ୍ବରରେ ୧,୧୭୬, ଜଗତସିଂହପୁର ଜିଲ୍ଲାରେ ୮୨୧, ପୁରୀରେ ୧୦୫୯, କେନ୍ଦ୍ରାପଡ଼ାରେ ୬୦୧, ଭଦ୍ରକ ଜିଲ୍ଲାରେ ୮୦୪, ସୁନ୍ଦରଗଡ଼ରେ ୧୮୮୨, ବଲାଙ୍ଗୀରରେ ୫୫୧, କନ୍ଧମାଳରେ ୭୭୨, ମୟୂରଭଞ୍ଜରେ ୭୮୮, କୋରାପୁଟରେ ୧,୦୪୭, ନୟାଗଡ଼ରେ ୮୦୨, କେନ୍ଦୁଝରରେ ୯୯୨, ନୂଆପଡ଼ାରେ ୧୬୧, ଝାରସୁଗୁଡ଼ାରେ ୩୫୩, ଢେଙ୍କାନାଳରେ ୪୫୨, କଳାହାଣ୍ଡିରେ ୩୪୯, ବରଗଡ଼ ଜିଲ୍ଲାରେ ୫୬୮, ଅନୁଗୁଳରେ ୪୦୨, ମାଲକାନଗିରିରେ ୭୭୩, ସମ୍ବଲପୁରରେ ୮୩୬, ରାୟଗଡ଼ାରେ ୧,୧୭୩ ବୌଦ୍ଧରେ ୧୬୨, ସୋନପୁର ଜିଲ୍ଲାରେ ୧୨୩, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୩୧ରେ ପହଞ୍ଚିଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୫୭୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୦୦ ରହିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର