ଏବେ ବି ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ, ଜାଣନ୍ତୁ କେଉଁ ଜିଲ୍ଲାରୁ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୯୩କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨,୬୩୩ ଥିବା ବେଳେ ଖୋର୍ଦ୍ଧାରେ ୬,୧୦୩, କଟକରେ ୨,୯୫୩, ଗଜପତିରେ ୧,୯୦୪, ଯାଜପୁରରେ ୧,୫୬୩, ବାଲେଶ୍ବରରେ ୧,୩୧୮, ଜଗତସିଂହପୁର ଜିଲ୍ଲାରେ ୮୫୮, ପୁରୀରେ ୧୨୧୮, କେନ୍ଦ୍ରାପଡ଼ାରେ ୬୪୯, ଭଦ୍ରକ ଜିଲ୍ଲାରେ ୮୫୬, ସୁନ୍ଦରଗଡ଼ରେ ୨୧୧୦, ବଲାଙ୍ଗୀରରେ ୬୩୧, କନ୍ଧମାଳରେ ୮୪୦, ମୟୂରଭଞ୍ଜରେ ୮୬୧, କୋରାପୁଟରେ ୧,୧୪୪, ନୟାଗଡ଼ରେ ୯୦୩, କେନ୍ଦୁଝରରେ ୧୦୧୧, ନୂଆପଡ଼ାରେ ୧୬୩, ଝାରସୁଗୁଡ଼ାରେ ୩୮୫, ଢେଙ୍କାନାଳରେ ୫୩୧, କଳାହାଣ୍ଡିରେ ୪୬୩, ବରଗଡ଼ ଜିଲ୍ଲାରେ ୫୮୩, ଅନୁଗୁଳରେ ୪୨୭, ମାଲକାନଗିରିରେ ୮୩୬, ସମ୍ବଲପୁରରେ୯୮୭, ରାୟଗଡ଼ାରେ ୧୪୬୧, ବୌଦ୍ଧରେ ୨୦୩, ସୋନପୁର ଜିଲ୍ଲାରେ ୧୫୬, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୪୭ରେ ପହଞ୍ଚିଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୮୬୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୧୮୯ରହିଛି। ଏଣେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି।

 

ସମ୍ବନ୍ଧିତ ଖବର