ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୩,୩୧୫, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୮୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୩୧୫ ଥିବା ବେଳେ ଖୋର୍ଦ୍ଧାରେ ୬୮୮୧, କଟକରେ ୩୨୭୮, ଗଜପତିରେ ୨୦୪୦, ଯାଜପୁରରେ ୧,୬୪୯, ବାଲେଶ୍ବରରେ ୧,୪୮୮, ଜଗତସିଂହପୁର ଜିଲ୍ଲାରେ ୯୦୮, ପୁରୀରେ ୧୩୧୫, କେନ୍ଦ୍ରାପଡ଼ାରେ ୬୯୫, ଭଦ୍ରକ ଜିଲ୍ଲାରେ ୧୦୬୭, ସୁନ୍ଦରଗଡ଼ରେ ୨୪୫୩, ବଲାଙ୍ଗୀରରେ ୭୨୩, କନ୍ଧମାଳରେ ୯୩୨, ମୟୂରଭଞ୍ଜରେ ୯୨୭, କୋରାପୁଟରେ ୧,୩୬୧, ନୟାଗଡ଼ରେ ୧୦୯୮, କେନ୍ଦୁଝରରେ ୧୦୬୬, ନୂଆପଡ଼ାରେ ୧୯୪, ଝାରସୁଗୁଡ଼ାରେ ୪୬୭, ଢେଙ୍କାନାଳରେ ୬୮୧, କଳାହାଣ୍ଡିରେ ୫୪୩, ବରଗଡ଼ ଜିଲ୍ଲାରେ ୭୦୦, ଅନୁଗୁଳରେ ୪୪୩, ମାଲକାନଗିରିରେ ୯୪୩, ସମ୍ବଲପୁରରେ ୧୧୯୫, ରାୟଗଡ଼ାରେ ୧,୫୮୧, ବୌଦ୍ଧରେ ୨୨୦, ସୋନପୁର ଜିଲ୍ଲାରେ ୧୮୮, ଦେବଗଡ଼ ଜିଲ୍ଲାରେ ୧୦୧ ଓ ନବରଙ୍ଗପୁର ଜିଲ୍ଲାରେ ୩୮୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି। ଆଜି କରୋନାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି। ଏହାଛଡ଼ା କରୋନା ବ୍ୟତୀତ ଅନ୍ୟ ରୋଗରେ ୫୩ଜଣଙ୍କର ପ୍ରାଣହାନି ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର