ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୩,୮୪୨, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୮୪୨ ଥିବା ବେଳେ ଖୋର୍ଦ୍ଧାରେ ୭୪୫୨, କଟକରେ ୩୫୧୮, ଗଜପତିରେ ୨୧୦୧, ଯାଜପୁରରେ ୧,୭୬୨, ବାଲେଶ୍ବରରେ ୧,୬୨୮, ଜଗତସିଂହପୁର ଜିଲ୍ଲାରେ ୯୭୬, ପୁରୀରେ ୧୪୭୨, କେନ୍ଦ୍ରାପଡ଼ାରେ ୭୮୨, ଭଦ୍ରକ ଜିଲ୍ଲାରେ ୧୧୮୨, ସୁନ୍ଦରଗଡ଼ରେ ୨୭୧୭, ବଲାଙ୍ଗୀରରେ ୭୮୧, କନ୍ଧମାଳରେ ୧୧୪୧, ମୟୂରଭଞ୍ଜରେ ୧୦୩୪, କୋରାପୁଟରେ ୧,୪୯୦, ନୟାଗଡ଼ରେ ୧୨୫୯, କେନ୍ଦୁଝରରେ ୧୧୧୦, ଝାରସୁଗୁଡ଼ାରେ ୪୮୧, ଢେଙ୍କାନାଳରେ ୭୫୬, କଳାହାଣ୍ଡିରେ ୬୨୩, ବରଗଡ଼ ଜିଲ୍ଲାରେ ୭୪୨, ଅନୁଗୁଳରେ ୪୬୪, ମାଲକାନଗିରିରେ ୧୦୩୧, ସମ୍ବଲପୁରରେ ୧୨୬୯, ରାୟଗଡ଼ାରେ ୧,୭୩୪, ବୌଦ୍ଧରେ ୨୫୨, ସୋନପୁର ଜିଲ୍ଲାରେ ୨୬୭, ନୂଆପଡ଼ା ଜିଲ୍ଲାରେ ୨୧୩, ଦେବଗଡ଼ ଜିଲ୍ଲାରେ ୧୧୯ ଓ ନବରଙ୍ଗପୁର ଜିଲ୍ଲାରେ ୪୩୭ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୬,୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୦୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର