ବରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଛୁଇଁଲା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୯୧ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆଜି ଖୋର୍ଦ୍ଧା ଜିଲ୍ଲାରେ ୮୧୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ୧୪୪୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ କଟକରେ ୩୭୪୭, ଗଜପତିରେ ୨୨୮୦, ଯାଜପୁରରେ ୧,୮୪୨, ବାଲେଶ୍ବରରେ ୧,୮୪୯, ଜଗତସିଂହପୁର ଜିଲ୍ଲାରେ ୧୦୨୪, ପୁରୀରେ ୧୬୪୮, କେନ୍ଦ୍ରାପଡ଼ାରେ ୮୦୧, ଭଦ୍ରକ ଜିଲ୍ଲାରେ ୧୪୦୨, ସୁନ୍ଦରଗଡ଼ରେ ୨୯୬୧, ବଲାଙ୍ଗୀରରେ ୮୮୦, କନ୍ଧମାଳରେ ୧୨୯୯, ମୟୂରଭଞ୍ଜରେ ୧୧୭୭, କୋରାପୁଟରେ ୧,୭୧୩, ନୟାଗଡ଼ରେ ୧୩୩୮, କେନ୍ଦୁଝରରେ ୧୧୭୧, ନୂଆପଡ଼ାରେ ୨୪୯, ଝାରସୁଗୁଡ଼ାରେ ୫୧୧, ଢେଙ୍କାନାଳରେ ୮୬୫, କଳାହାଣ୍ଡିରେ ୭୧୩, ବରଗଡ଼ ଜିଲ୍ଲାରେ ୮୦୦, ଅନୁଗୁଳରେ ୪୭୮, ମାଲକାନଗିରିରେ ୧୧୫୬, ସମ୍ବଲପୁରରେ ୧୪୦୯, ରାୟଗଡ଼ାରେ ୧,୯୫୦, ବୌଦ୍ଧରେ ୩୭୨, ସୋନପୁର ଜିଲ୍ଲାରେ ୨୯୪, ଦେବଗଡ଼ ଜିଲ୍ଲାରେ ୧୨୧ ଓ ନବରଙ୍ଗପୁର ଜିଲ୍ଲାରେ ୪୬୫ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩୯,୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୫୩୫ ରହିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର