ଖୋର୍ଦ୍ଧାରେ ୮୬୫୦, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୯୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୩୦ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦କୁ ବୃଦ୍ଧି ପାଇଛି।

ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୪,୭୬୭ ଥିବା ବେଳେ ଖୋର୍ଦ୍ଧାରେ ୮୬୫୦, କଟକରେ ୩୯୩୬, ଗଜପତିରେ ୨୩୫୧, ଯାଜପୁରରେ ୨୦୪୨, ବାଲେଶ୍ବରରେ ୧,୯୭୬, ଜଗତସିଂହପୁର ଜିଲ୍ଲାରେ ୧୦୭୧, ପୁରୀରେ ୧୭୯୨, କେନ୍ଦ୍ରାପଡ଼ାରେ ୮୬୧, ଭଦ୍ରକ ଜିଲ୍ଲାରେ ୧୫୦୯, ସୁନ୍ଦରଗଡ଼ରେ ୩୧୨୨, ବଲାଙ୍ଗୀରରେ ୯୦୭, କନ୍ଧମାଳରେ ୧୩୪୯, ମୟୂରଭଞ୍ଜରେ ୧୩୧୩, କୋରାପୁଟରେ ୧,୮୦୮, ନୟାଗଡ଼ରେ୧୪ ୮୦, କେନ୍ଦୁଝରରେ ୧୧୯୭, ନୂଆପଡ଼ାରେ ୨୬୯, ଝାରସୁଗୁଡ଼ାରେ ୫୪୧, ଢେଙ୍କାନାଳରେ ୯୦୫, କଳାହାଣ୍ଡିରେ ୭୪୦, ବରଗଡ଼ ଜିଲ୍ଲାରେ ୮୪୮, ଅନୁଗୁଳରେ ୫୧୫, ମାଲକାନଗିରିରେ ୧୨୪୯, ସମ୍ବଲପୁରରେ ୧୪୪୬, ରାୟଗଡ଼ାରେ ୧,୧୭୩ , ବୌଦ୍ଧରେ ୩୮୦, ସୋନପୁର ଜିଲ୍ଲାରେ ୩୩୨, ଦେବଗଡ଼ ଜିଲ୍ଲାରେ ୧୩୭ ଓ ନବରଙ୍ଗପୁର ଜିଲ୍ଲାରେ ୪୯୧ରେ ପହଞ୍ଚିଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୦,୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୯୨୮ ରହିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର